FeaturedLatestNews

ସିମେଣ୍ଟ-ଷ୍ଟିଲ୍ ଦରରେ ନାହିଁ ମନମାନୀ, ଜିଲ୍ଲାପାଳଙ୍କ କମିଟି କରିବ ଚୂଡ଼ାନ୍ତ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ଓ ଷ୍ଟିଲ୍ ଦର ନିର୍ଦ୍ଧାରଣରେ ଏଣିକି ମନମାନୀ ଚଳିବ ନାହିଁ। ରାଜ୍ୟ ସରକାର ଏକ ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍ଓପି) ଜାରି କରି ଏହି ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ହେଉଥିବା ସମସ୍ତ ଉନ୍ନୟନ ପ୍ରକଳ୍ପରେ ପ୍ରଯୁଜ୍ୟ ହେବ।

ନୂଆ ଏସ୍ଓପି ଅନୁଯାୟୀ, ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟି ପ୍ରତ୍ୟେକ ଜିଲ୍ଲାରେ ସିମେଣ୍ଟ ଓ ଷ୍ଟିଲ୍ର ଚୂଡ଼ାନ୍ତ ଦର ନିର୍ଦ୍ଧାରଣ କରିବ। ଏହାଦ୍ୱାରା ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେବ ନାହିଁ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବ୍ୟବସ୍ଥା ଅନୁଯାୟୀ, ପ୍ରତିବର୍ଷ ଏପ୍ରିଲ, ଜୁଲାଇ, ଅକ୍ଟୋବର ଏବଂ ଜାନୁଆରୀ ମାସର ପ୍ରଥମ ଦିନ ସୁଦ୍ଧା ଚୂଡ଼ାନ୍ତ ଦର ଅପଲୋଡ୍ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୂତନ ଏସ୍ଓପି କାର୍ଯ୍ୟକାରୀ ହେବା ପରେ ସିମେଣ୍ଟ ଓ ଷ୍ଟିଲ୍ ଦର ନିର୍ଦ୍ଧାରଣ ସମ୍ପର୍କରେ ପୂର୍ବରୁ ଜାରି ହୋଇଥିବା ସମସ୍ତ ପୁରୁଣା ନିର୍ଦ୍ଦେଶାବଳୀକୁ ବାତିଲ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *