FeaturedLatestNews

ଆଜିଠୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ଵର(ସଂକେତ୍ ଟିଭି):ଆଜିଠୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ଏହି ଅଭିଯାନ ମାଧ୍ୟମରେ ଘରେ ଘରେ ଜାତୀୟ ପତାକା ଉଡ଼ାଇବା ସହିତ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରାଯିବ ବୋଲି କୁହାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିଯାନର ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜନସାଧାରଣଙ୍କୁ ଏଥିରେ ସାମିଲ କରାଯିବ ଏବଂ ସମସ୍ତଙ୍କୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ଏହି ଅବସରରେ ଆଜି ହାତୀଆଶୁଣି ପଡ଼ିଆ ଠାରୁ ଲୁମ୍ବିନ ବିହାର ପର୍ଯ୍ୟନ୍ତ ଏକ ରାଜ୍ୟସ୍ତରୀୟ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଛି। ଏହି ଯାତ୍ରା ପାଇଁ ୪୪ ଲକ୍ଷ ୪୦ ହଜାର ଜାତୀୟ ପତାକାକୁ ନେଇ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ପ୍ରସ୍ତୁତ କରାଯାଇଛି, ଯାହା ଦେଶପ୍ରେମର ଏକ ଐତିହାସିକ ପ୍ରଦର୍ଶନ ହୋଇରହିଛି।

ରାଜ୍ୟବାସୀଙ୍କୁ ଆଜିଠାରୁ ଘରେ ଘରେ ତ୍ରିରଙ୍ଗା ଲଗାଇ ଏହି ଅଭିଯାନକୁ ସଫଳ କରିବାକୁ ଆହ୍ୱାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟବ୍ୟାପୀ ଅଭିଯାନ ଚାଲିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *