FeaturedLatestNews

ସ୍ବାଧୀନତା ଦିବସରେ ଓଡ଼ିଶାର ୧୭ ପୋଲିସ କର୍ମଚାରୀଙ୍କୁ ସାହାସିକତା ଓ ସେବା ପୁରସ୍କାର

ଭୁବନେଶ୍ୱର (ସଂକେତ ଟିଭି): ୨୦୨୬ ମସିହା ସ୍ବାଧୀନତା ଦିବସ ଅବସରରେ ଓଡ଼ିଶା ପୋଲିସ ବିଭାଗର ୧୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ବିଶିଷ୍ଟ ପୋଲିସ ସେବା ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ୫ ଜଣଙ୍କୁ ସାହାସିକତା ପାଇଁ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯାଇଛି।

ରାଷ୍ଟ୍ରପତି ପଦକ ପାଇଥିବା ବରିଷ୍ଠ ଅଧିକାରୀମାନେ ହେଲେ ଡିଜି ପାହ୍ୟାର ଅଧିକାରୀ ଶ୍ରୀ ସଂଜୀବ ପଣ୍ଡା ଏବଂ ଡିଏସପି ପାହ୍ୟାର ଅଧିକାରୀ ଶ୍ରୀମତୀ ସ୍ମିତାରାଣୀ ମହାନ୍ତି। ପ୍ରଶଂସନୀୟ ସେବା ପଦକ ପାଇଥିବା ୧୦ ଜଣଙ୍କ ମଧ୍ୟରେ ଡିଏସପି ମନୋରଂଜନ ପାଇକରାୟ, ଡିଏସପି ସୁରେଶ କୁମାର ବଳ, ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ଡେପୁଟି କମାଣ୍ଡାଣ୍ଟ ଭବେଶ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମୀନତିନନ୍ଦନ ପତି, କନଷ୍ଟେବଳ ଶ୍ୟାମଳି ବିଶ୍ବାସ, ସବ୍-ଇନ୍ସପେକ୍ଟର ବରୁଣ କୁମାର ନାୟକ, ହାବିଲଦାର ସୁବାସ ଚନ୍ଦ୍ର ତ୍ରନାଥ ଗୌଡ, କନଷ୍ଟେବଳ ମୁସ୍ତାକ ଅଲ୍ଲୀ ଖାଁ ଏବଂ ହାବିଲଦାର ପ୍ରଶାନ୍ତ କୁମାର ବିଶ୍ବାଳ ଅନ୍ୟତମ।

ସାହାସିକତା ପୁରସ୍କାର ପାଇଥିବା ୫ ଜଣ ହେଲେ ସବ୍-ଇନ୍ସପେକ୍ଟର ମନ୍ମଥ ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ ଏବଂ କମାଣ୍ଡୋ ସୁରେଶ ଚନ୍ଦ୍ର ପୁତ। ସେମାନଙ୍କୁ ସେମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱ ପାଇଁ ଏହି ସମ୍ମାନ ଦିଆଯାଇଛି।

ଏହାବ୍ୟତୀତ, ଅଗ୍ନିଶମ ସେବା (ଫାୟାର ସର୍ଭିସ) ବିଭାଗର ୩ ଜଣ କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ଶ୍ରୀ ମଳୟ କୁମାର ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯାଇଛି। ଏହି ପୁରସ୍କାର ରାଜ୍ୟର ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଅବଦାନ ଓ ବଳିଦାନକୁ ସ୍ୱୀକୃତି ଦେଇଛି।

Leave a Reply

Your email address will not be published. Required fields are marked *