FeaturedLatestNews

ଜେଲ କର୍ମଚାରୀଙ୍କ ୟୁନିଫର୍ମ ଭତ୍ତା ଦୁଇଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଜେଲ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ ବାର୍ଷିକ ୟୁନିଫର୍ମ ଭତ୍ତା (ପୋଷାକ ଭତ୍ତା) ଦୁଇଗୁଣ କରିବାକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ନିଜ ଅନୁମୋଦନ ପ୍ରଦାନ କରିବା ପରେ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ନୂଆ ନିୟମ ଅନୁଯାୟୀ, ଜେଲ ଡିଆଇଜିଙ୍କଠାରୁ ଆରମ୍ଭ କରି ଆସିଷ୍ଟାଣ୍ଟ ମାଟ୍ରନ ପର୍ଯ୍ୟନ୍ତ ମୋଟ ୩୭୮ ଜଣ ଅଧିକାରୀଙ୍କ ବାର୍ଷିକ ୟୁନିଫର୍ମ ଭତ୍ତା ୩,୦୦୦ ଟଙ୍କାରୁ ବୃଦ୍ଧି ପାଇ ୬,୦୦୦ ଟଙ୍କା କରାଯାଇଛି। ସେହିପରି ୨,୧୨୨ ଜଣ ମୁଖ୍ୟ ୱାର୍ଡର, ୱାର୍ଡର ଏବଂ ମହିଳା ୱାର୍ଡରଙ୍କ ପାଇଁ ଏହି ଭତ୍ତା ୪,୦୦୦ ଟଙ୍କାରୁ ବଢ଼ାଇ ୮,୦୦୦ ଟଙ୍କା କରାଯାଇଛି।

ଏହି ସଂଶୋଧିତ ଭତ୍ତା ଯୋଗୁଁ ମୋଟ ୨,୫୦୦ ଜେଲ ଅଧିକାରୀ ଓ କର୍ମଚାରୀ ଉପକୃତ ହେବେ। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ନୂତନ ୟୁନିଫର୍ମ ଭତ୍ତା ଚଳିତ ଆର୍ଥିକ ବର୍ଷ (୨୦୨୬-୨୭) ଠାରୁ କାର୍ଯ୍ୟକାରୀ ହେବ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଫଳରେ ପ୍ରତିବର୍ଷ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷଠାରୁ ହିଁ ସମସ୍ତ ଯୋଗ୍ୟ ଜେଲ କର୍ମଚାରୀ ଏବଂ ଅଧିକାରୀମାନେ ଏହି ବର୍ଦ୍ଧିତ ପୋଷାକ ଭତ୍ତା ପାଇପାରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *