CrimeFeaturedLatestNews

ଦିନ ଦ୍ବିପହରରେ ବ୍ୟାଙ୍କ ଭିତରେ ପଶି ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବାଲେଶ୍ବର (ସଂକେତ ଟିଭି): ଦିନ ଦ୍ବିପହରରେ ବ୍ୟାଙ୍କ ଭିତରେ ପଶି ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣା ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଘଟିଛି। ଏହି ଲୁଟ୍ ଅଭିଯୋଗ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ସୂଚନା ଅନୁଯାୟୀ, ଏକ ବୋଲେରୋ ଗାଡ଼ିରେ ୮ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ବ୍ୟାଙ୍କରେ ପଶି ଆସିଥିଲେ। ସେମାନେ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇବା ସହ ବ୍ଯାଙ୍କର ମ୍ଯାନେଜର ଏବଂ କର୍ମଚାରୀଙ୍କୁ ମାଡ଼ ମାରି କ୍ଯାସ କାଉଣ୍ଟରରୁ ନଗଦ ଟଙ୍କା ଲୁଟ୍ କରିନେଇଥିଲେ। ଲୁଟ୍ କାର୍ଯ୍ୟ ସମୟରେ ସେମାନେ କାହାକୁ ବିରୋଧ କରିବାର ସାହସ ଦେଖାଇ ନଥିଲେ।

ଏହି ଦୁର୍ଘଟଣାରେ ବ୍ଯାଙ୍କ ମ୍ଯାନେଜର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବାଲିଆପାଳ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଖବର ମିଳିଛି। ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ୍ ଲୁଟ୍କାରୀଙ୍କ ବୋଲେରୋ ଗାଡ଼ିର ଗତିପଥ ଚିହ୍ନଟ କରିବାକୁ ଚେଷ୍ଟା କରୁଥିବା ବେଳେ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।