ଏପ୍ରିଲ ମାସରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ: ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ
ଭୁବନେଶ୍ୱର (ସଂକେତ୍ ଟିଭି) ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭରୁ ଖୋଲିବ ସୁଭଦ୍ରା ପୋର୍ଟାଲ । ୨୧ ବର୍ଷ ହୋଇଥିଲେ ଆବେଦନ କରିପାରିବେ ହିତାଧିକାରୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ପୁଣି ଥରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯାହାଦ୍ୱାରା କି ଆବେଦନ କରିପାରିବେ ହିତାଧିକାରୀ । ଆସନ୍ତା ଏପ୍ରିଲ୍ରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ, ସେମାନଙ୍କ ପାଇଁ ସୁଯୋଗ । ଖାସ୍ କରି ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ, ସେମାନଙ୍କ ପାଇଁ ଖୁସିର ଖବର ।
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇସାରିଛନ୍ତି । ଯେଉଁମାନେ ଏହି ଟଙ୍କା ପାଇବା ପରେ ନିଜ ସ୍ୱାବଲମ୍ବୀ ହେବା ସହ ପରିବାରକୁ ସହଯୋଗ ମଧ୍ୟ କରୁଛନ୍ତି । ସୁଭଦ୍ରା ଯୋଜନାକୁ ଇତିମଧ୍ୟରେ ୨ ବର୍ଷ ପୂରିବ । ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା ।
ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ । ଫର୍ମ ଉପଲବ୍ଧତା ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ପାଇପାରିବେ ।
