FeaturedLatestNews

ରାଜ୍ୟସଭା ନିର୍ବାଚନ କ୍ରସଭୋଟିଂ ମାମଲା: ବିଚାରପତି ଜଷ୍ଟିସ୍ ଆର.କେ. ପଟ୍ଟନାୟକ ଓହରିଲେ

କଟକ(ସଂକେତ ଟିଭି): ରାଜ୍ୟସଭା ନିର୍ବାଚନରେ ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରି ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ ଜଣାଇଥିବା ବିଜୁ ଜନତା ଦଳ (BJD)ର ସାତ ଜଣ ଓ କଂଗ୍ରେସର ଜଣେ ବିଧାୟକଙ୍କ ବିରୋଧରେ ଆସିଥିବା ଅଯୋଗ୍ୟତା ମାମଲାରେ ଏକ ବଡ଼ ମୋଡ଼ ଆସିଛି।

ଓଡ଼ିଶା ହାଇକୋର୍ଟରେ ଏହି ମାମଲାର ବିଚାର ଚାଲିଥିବା ବେଳେ ଶୁଣାଣି ପ୍ରକ୍ରିୟାରୁ ନିଜକୁ ଦୂରେଇ ନେଇଛନ୍ତି ବିଚାରପତି ଜଷ୍ଟିସ୍ ଆର.କେ. ପଟ୍ଟନାୟକ। ତେବେ ସେ କେଉଁ କାରଣରୁ ଏହି ମାମଲାରୁ ଓହରିଗଲେ, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି କେଉଁ ବେଞ୍ଚରେ ହେବ ଏବଂ କେବେ ହେବ, ସେ ନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହି ହାଇପ୍ରୋଫାଇଲ୍ ମାମଲା ଉପରେ ଏବେ ରାଜ୍ୟ ରାଜନୀତିର ନଜର ରହିଥିବା ବେଳେ, ମୁଖ୍ୟ ବିଚାରପତିଙ୍କ ନୂଆ ବେଞ୍ଚ ଗଠନ ପରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି ପ୍ରକ୍ରିୟା ଆଗକୁ ବଢ଼ିବ।

ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ଓ କଂଗ୍ରେସର ୮ ଜଣ ବିଧାୟକ ଦଳୀୟ ହ୍ଵିପ୍ ଏଡ଼ାଇ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବିଜେଡି ପକ୍ଷରୁ ପ୍ରଥମେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ଦାବି କରାଯାଇଥିଲା। ମାତ୍ର ବାଚସ୍ପତି ଏହି ଆବେଦନକୁ ଖାରଜ କରିଦେବାରୁ ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଯେଉଁ ୮ ଜଣ ବିଧାୟକଙ୍କ ବିରୋଧରେ ଆବେଦନ ହୋଇଛି, ସେମାନେ ହେଲେ:
୧. ଅରବିନ୍ଦ ମହାପାତ୍ର
୨. ସୌଭିକ ବିଶ୍ଵାଳ
୩. ଦେବୀରଞ୍ଜନ ତ୍ରିପାଠୀ
୪. ସୋଫିଆ ଫିର୍ଦ୍ଦୋଶ
୫. ସନାତନ ମହାକୁଡ଼
୬. ଚକ୍ରମଣି କହଁର
୭. ସୁବାସିନୀ ଜେନା
୮. ରମାକାନ୍ତ ଭୋଇ

Leave a Reply

Your email address will not be published. Required fields are marked *