୪୪୯ ସ୍ୱତନ୍ତ୍ର ଏନଡିପିଏସ ଅଦାଲତ ପାଇଁ ନୂଆ ସ୍ଥିତି ରିପୋର୍ଟ ଦିଅ: ସୁପ୍ରିମକୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ(ସଂକେତ ଟିଭି): ଏନଡିପିଏସ ଅଧୀନରେ ଜଘନ୍ୟ ଅପରାଧ ମାମଲାର ଶୁଣାଣି ପାଇଁ ୪୪୯ଟି ସ୍ୱତନ୍ତ୍ର ଅଦାଲତ ଗଠନ ଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ନୂଆ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କ ଯୁକ୍ତିକୁ ଖଣ୍ଡପୀଠ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ସ୍ୱତନ୍ତ୍ର ଅଦାଲତ ଗଠନ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଯଥେଷ୍ଟ ଅଗ୍ରଗତି ହୋଇନାହିଁ।
ଜଷ୍ଟିସ୍ ବାଗଚୀ କହିଥିଲେ, “ଏହା ତିନିଜଣିଆ ଖଣ୍ଡପୀଠର ମାମଲା ମଧ୍ୟ।” ଏହି ଶୁଣାଣି ପାଇଁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଉପଲବ୍ଧ ନଥିବା ସେ ଉଲ୍ଲେଖ କରିଥିଲେ। ଗଐଆ ଆଇନ ଏବଂ ଗଉଙଜ ଆଇନ ଅଧୀନରେ ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ ସମ୍ପର୍କିତ ସ୍ୱତଃପ୍ରବୃତ୍ତ ମାମଲାର ପରବର୍ତ୍ତୀ ଶୁଣାଣି କିଛି ସପ୍ତାହ ପରେ, ସମ୍ଭବତଃ ଡିସେମ୍ବର ଶୀତକାଳୀନ ଅବକାଶ ପୂର୍ବରୁ କରାଯିବ ବୋଲି ଖଣ୍ଡପୀଠ କହିଥିଲେ।
କେନ୍ଦ୍ର ସରକାରଙ୍କ ସତ୍ୟପାଠ ଅନୁଯାୟୀ ଦେଶରେ ମୋଟ ୪୪୯ଟି ସ୍ୱତନ୍ତ୍ର ଏନଡିପିଏସ ଅଦାଲତର ଆବଶ୍ୟକତା ଚିହ୍ନଟ କରାଯାଇଛି, ଯେଉଁଥିମଧ୍ୟରୁ ୧୭୬ଟି କାର୍ଯ୍ୟକ୍ଷମ ହୋଇଛି। ଅବଶିଷ୍ଟ ଅଦାଲତଗୁଡ଼ିକୁ ୬ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଭିତ୍ତିଭୂମି ଓ କର୍ମଚାରୀ ନିଯୁକ୍ତି ସୁନିଶ୍ଚିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।
ଏନଡିପିଏସ ଆଇନ ଅଧୀନରେ ମଧ୍ୟ ଖଣ୍ଡପୀଠ ସ୍ୱତନ୍ତ୍ର ଅଦାଲତ ଗଠନର ସମୀକ୍ଷା କରିଥିଲେ। କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ ଓ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଶୁଣାଣି କରାଯାଇଥିଲା। ପଶ୍ଚିମବଙ୍ଗରେ ଆଉ ତିନୋଟି ସ୍ୱତନ୍ତ୍ର ଏନଡିପିଏସ ଅଦାଲତ ପ୍ରତିଷ୍ଠା କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।
