Latest

୩ ଲକ୍ଷ ୫୧ ହଜାର ଟଙ୍କା ନେଇ ଯାଉଥିବାବେଳେ ବିଡିଓଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍

ବରଗଡ଼ ୨୯/୦୮: ( ସଂକେତ ଟିଭି) ଭିଜିଲାନ୍ସ ଜାଲରେ ପଡିଲେ ବରଗଡ ଜିଲ୍ଲା ବିଜେପୁର ବିଡ଼ିଓ ପଦ୍ମନାଭ ସାମନ୍ତରାୟ । ସେ ଏକ ଭଡା ଗାଡିରେ ୩ ଲକ୍ଷ ୫୧ ହଜାର ଟଙ୍କା ନେଇ ଯାଇଥିବା ବେଳେ ଧରାପଡିଛନ୍ତି।

ପଦ୍ମନାଭ ବିଜେପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ସୋନପୁର ଭିଜିଲାନ୍ସ ଟିମ ବିନିକା ଠାରେ ତାଙ୍କୁ ଅଟକାଇ ତାଙ୍କ ଗାଡିର ଯାଞ୍ଚ ବେଳେ ଟଙ୍କା ଜବତ କରିଥିଲା। ହେଲେ ବିଡ଼ିଓ ଟଙ୍କାର କିଛି ହିସାବ ଦେଇପାରୁ ନଥିବା ସୋନପୁର ଭିଜିଲାନ୍ସ ସୂଚନା ଦେଇଛି । ବରଗଡ଼ ଭିଜିଲାନ୍ସ ଟିମ୍‌ ତାଙ୍କ ବରଗଡ଼ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଘରକୁ ତଲାସୀ କରୁଛି। ପୁରୀ ଓ ଭୁବନେଶ୍ୱର ଠାରେ ଥିବା ତାଙ୍କ ନିଜ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *