ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ପାଖରେ ୩ ଦେଶର ପାସପୋର୍ଟ : ଅଭିଯୋଗ ଆଣିଲା କଂଗ୍ରେସ
ନୂଆଦିଲ୍ଲୀ(ସଂକେତ ଟିଭି): ଅସାମରେ ଅପ୍ରେଲ ୯ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାବେଳେ କଂଗ୍ରେସ ରବିବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି। କଂଗ୍ରେସ ଦାବି କରିଛି ଯେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ପାଖରେ ତିନୋଟି ଭିନ୍ନ ଭିନ୍ନ ଦେଶର ପାସପୋର୍ଟ ରହିଛି।
କଂଗ୍ରେସର ମିଡ଼ିଆ ଓ ପ୍ରଚାର ବିଭାଗ ମୁଖ୍ୟ ପବନ ଖେଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କେତେକ ଦଲିଲ ଦେଖାଇ ଅଭିଯୋଗ କରିଛନ୍ତି ଯେ ରିଙ୍କି ଭୂୟାଁ ଶର୍ମାଙ୍କ ପାଖରେ ୟୁଏଇ, ଆଣ୍ଟିଗୁଆ ଓ ବାର୍ବୁଡା ଏବଂ ଇଜିପ୍ଟର ପାସପୋର୍ଟ ରହିଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ନିଜ ଶପଥ ପତ୍ରରେ ପତ୍ନୀଙ୍କ ଦୁବାଇସ୍ଥିତ ଦୁଇଟି ସମ୍ପତ୍ତି ଏବଂ ଆମେରିକାର ୱାୟୋମିଂସ୍ଥିତ ଏକ କମ୍ପାନୀର ତଥ୍ୟ ଲୁଚାଇଛନ୍ତି।

ଶ୍ରୀ ଖେଡ଼ା ନିର୍ବାଚନ ଆୟୋଗ ନିକଟରେ ଦାବି କରିଛନ୍ତି ଯେ ତଥ୍ୟ ଲୁଚାଇବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ବାତିଲ କରାଯାଉ। ତେବେ ଏହି ସବୁ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କଡ଼ାକଡ଼ି ପ୍ରତ୍ୟାଖ୍ୟାନ କରିଛନ୍ତି।
କଂଗ୍ରେସ ନେତା ଶ୍ରୀ ଖେଡ଼ା ଅଭିଯୋଗ ଜାରି ରଖି ପ୍ରଶ୍ନ କରିଛନ୍ତି ଯେ, “ମୁସଲମାନଙ୍କ ବିରୋଧରେ କଥା କହୁଥିବା ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ପାଖରେ ଦୁଇଟି ମୁସଲିମ୍ ଦେଶର ପାସପୋର୍ଟ କିପରି ରହିପାରେ?” ସେ ଆହୁରି କହିଛନ୍ତି, “ସେ କ’ଣ ନିର୍ବାଚନୀ ପରାଜୟ ପରେ ଦେଶ ଛାଡ଼ିବାକୁ ପ୍ରସ୍ତୁତି କରୁଛନ୍ତି?”
ଏହି ବଢୁଥିବା ବିବାଦ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କ’ଣ ଏସଆଇଟି ଗଠନ କରିବେ ବୋଲି ଶ୍ରୀ ଖେଡ଼ା ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ଜେଲ ବାହାରେ ଦିନ କଟାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ମଧ୍ୟ ସେ ମତ ଦେଇଛନ୍ତି।
ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, “ପବନ ଖେଡ଼ାଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ମଧ୍ୟରେ ଗଭୀର ନିରାଶା ଓ ଆତଙ୍କ ଦେଖାଉଛି।” ଲୋକଙ୍କୁ ଭ୍ରାନ୍ତ କରିବା ପାଇଁ ଏହି ମିଥ୍ୟା ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। “ମୋର ପତ୍ନୀ ଓ ମୁଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଶ୍ରୀ ପବନ ଖେଡ଼ାଙ୍କ ବିରୋଧରେ ଫୌଜଦାରୀ ଓ ଦୀୱାନୀ ମାନହାନି ମାମଲା ରୁଜୁ କରିବୁ। ସେ ତାଙ୍କ କାର୍ଯ୍ୟର ପରିଣାମ ଭୋଗିବେ,” ବୋଲି ଶ୍ରୀ ଶର୍ମା କହିଛନ୍ତି।
ଅସମବାସୀ ଏହି ପ୍ରଚାରରେ ଭ୍ରାନ୍ତ ହେବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। “ପବନ ଖେଡ଼ାଙ୍କ ମିଥ୍ୟା ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷରେ ଶ୍ରୀ ଖେଡ଼ା ଜେଲ ଯିବେ,” ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି।
सवाल हैं-
— Congress (@INCIndia) April 5, 2026
⦿ हिमंता बिस्वा सरमा की पत्नी को 3 पासपोर्ट रखने की क्या जरूरत है? क्या आप कोई अपराधी हैं?
⦿ कहीं हिमंता के पास भी ऐसे ही और पासपोर्ट हैं?
⦿ क्या इनकी तैयारी- चुनाव हारने के बाद फरार होने की है?
: AICC मीडिया और पब्लिसिटी विभाग के चेयरमैन @Pawankhera जी
📍… pic.twitter.com/bR3FBEto7c
BREAKING
— Mama Meme Sena (@mamamemesena) April 5, 2026
“We will ask the police to seize those passports. If they turn out to be fake, Pawan Khera should be sent to jail. And if the passports are genuine, then Riniki Bhuyan Sharma should be sh0t directly.”
– Bold statement by King In The North East Himanta Biswa Sarma 🔥 pic.twitter.com/nGn9w6OH3f
