ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର (ସଂକେତ ଟିଭି): ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି। ଏହା ଏକ ବ୍ୟକ୍ତିଗତ ଗସ୍ତ ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଶ୍ରୀ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖା କରିବା ପାଇଁ ନବୀନ ବାବୁ ଦିଲ୍ଲୀ ଯାଇଛନ୍ତି।
ଏହି ଗସ୍ତ ପ୍ରସଙ୍ଗରେ ଦେବୀ ମିଶ୍ର କହିଛନ୍ତି, “ହସ୍ପିଟାଲରେ ଭାଇଙ୍କୁ ଭେଟିବା ତାଙ୍କର ପ୍ରାଥମିକତା।” ସଂସଦୀୟ ଦଳ ନେତା ଚୟନ ପ୍ରସଙ୍ଗରେ ପଚରାଯିବାରେ ସେ କହିଲେ, “ସେ (ନବୀନ ପଟ୍ଟନାୟକ) ସୁପ୍ରିମୋ। ନିଷ୍ପତ୍ତି ତାଙ୍କର।”
ଭୁବନେଶ୍ୱର ଏୟାରପୋର୍ଟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା ପୂର୍ବରୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାଶବର୍ମା, ସାଲୁକା ପ୍ରଧାନ ଓ ଟୁକୁନି ସାହୁ ପହଞ୍ଚିଥିଲେ।
