FeaturedGeneralLatest

ପାକିସ୍ତାନର ମଧ୍ୟସ୍ଥତାରେ ଚାଲିଛି ଆମେରିକା-ଇରାନ ଆଲୋଚନା

ଇସଲାମାବାଦ (ସଂକେତ ଟିଭି):ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏହି କ୍ରମରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏକ ପ୍ରତିନିଧିମଣ୍ଡଳୀ ସହ ପାକିସ୍ତାନର ଇସଲାମାବାଦରେ ପହଞ୍ଚିଛନ୍ତି।

ସେ ଆଜି ଇରାନ ସହିତ ଆଲୋଚନା କରୁଛନ୍ତି। ତାଙ୍କ ସହିତ ସ୍ୱତନ୍ତ୍ର ଦୂତ ଷ୍ଟିଭ ଓ୍ବିଟକଫ୍ ଏବଂ ଜାରେଡ କୁଶନର ମଧ୍ୟ ଉପସ୍ଥିତ ଅଛନ୍ତି।

ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଇରାନ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛି। ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ଲେବାନନକୁ ଶାନ୍ତି ଚୁକ୍ତିନାମାରେ ସାମିଲ କରିବାକୁ ଦାବି କରିଛି।

ଭାନ୍ସ ଏବଂ ତାଙ୍କ ଆଲୋଚନାକାରୀ ଦଳ ଗତକାଲି ଆମେରିକାରୁ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଯିବା ପୂର୍ବରୁ ଉପରାଷ୍ଟ୍ରପତି ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ‘ଆଲୋଚନା ପାଇଁ ଅପେକ୍ଷା କରିଛନ୍ତି’, କିନ୍ତୁ ଯଦି ଇରାନ ‘ଆମ ସହିତ ଖେଳ ଖେଳିବାକୁ ଚେଷ୍ଟା କରେ’ ତେବେ ଆମେରିକା ତାହା ଗ୍ରହଣ କରିବ ନାହିଁ ବୋଲି ଚେତାବନୀ ଦେଇଥିଲେ।