୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାଥରକେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ଆସନ୍ତା ୨୩ ତାରିଖରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି, ଯେଉଁଠାରେ ଏହି ପତ୍ର ବଣ୍ଟନ କରାଯିବ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କରାଯାଇଥିବା ଚିଠି ଅନୁଯାୟୀ, ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଇସ୍ପାତ ଓ ଖଣି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଏମ୍ଏସ୍ଏମ୍ଇ ବିଭାଗ ସାମିଲ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ୧୪ ଜଣ ଆସୋସିଏଟ୍ ପ୍ରଫେସର, ୭୦ ଜଣ ଭିଏଏସ୍/ଏଭିଏଏସ୍, ୪୫ ଜଣ ଏସିଏଫ୍, ୧୩୧ ଜଣ ଫରେଷ୍ଟ ରେଞ୍ଚର, ୧୯ ଜଣ ଆସିଷ୍ଟାଣ୍ଟ କେମିଷ୍ଟ, ୫୮ ଜଣ ଖଣି ଅଧିକାରୀ, ୬୩ ଜଣ ଏଇଇ ଏବଂ ୧୫୧ ଜଣ ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରି ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।
