୮ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଆଜି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୮ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ଵାକ୍ଷରିତ ବିଜ୍ଞପ୍ତିରେ ଏନେଇ ସୂଚିତ କରାଯାଇଛି।
ଜାରି ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ରାଜେନ୍ଦ୍ର କୁମାର ସାହୁ, ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିଯୁକ୍ତ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ମନ୍ମଥ ରାଉତରାୟ, ବାଲେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଗୌତମ ବୁଦ୍ଧ ଦାସ, ଅନୁଗୁଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନଳିନୀ କାନ୍ତ ପ୍ରଧାନ, ବୌଦ୍ଧ କାର୍ଯ୍ୟକାରୀ ସଭାପତି ଭାବେ ମହିଧର ରଣା, ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନରୋତ୍ତମ ସାହୁ ଏବଂ କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପ୍ରମୋଦ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି।
ଅନ୍ୟ ଏକ ବିଜ୍ଞପ୍ତିରେ ଦଳର ବରିଷ୍ଠ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଉପସଭାପତି ଭାବେ ବାଲେଶ୍ବରର ରଘୁନାଥ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ସେ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଜଗତସିଂହପୁରର ରଘୁନନ୍ଦନ ଦାସ, ବାଲେଶ୍ବରର ଜୀବନପ୍ରଦୀପ ଦାସ, ବାରିପଦାର ସାନନ୍ଦ ମାରାଣ୍ଡି, କଟକ ସଦରର ଚନ୍ଦ୍ର ସାରଥୀ ବେହେରା ଓ ସତ୍ୟବାଦୀର ରମା ରଞ୍ଜନ ବଳିଆରସିଂହ ନିଯୁକ୍ତ ହୋଇଛନ୍ତି।
ସାଧାରଣ ସମ୍ପାଦକ ଭାବେ ସୁଦର୍ଶନ ହରିପାଲ, ପ୍ରଦୀପ କୁମାର ସାହୁ, ସୁଜାତା ସାହୁ, ମନୋରମା ମହାନ୍ତି, ମାଧବ ଧଡ଼ା, ରୁପେଶ କୁମାର ପାଣିଗ୍ରାହୀ, ସୁନୀଲ ମହାନ୍ତି, ବିଶ୍ଵ ରଞ୍ଜନ ମଲ୍ଲିକ, ଅଭିମନ୍ୟୁ ସେଠୀ, ରୋହିତ ଯୋସେଫ୍ ତିର୍କି, ରୁଦ୍ର ପ୍ରତାପ ମହାରଥୀ, ପ୍ରମୋଦ ସାମଲ, କାଶୀନାଥ ହେମ୍ବ୍ରମ୍, ବିଷ୍ଣୁବ୍ରତ ରାଉତରାୟ, ଅବିନାଶ ସାମଲ, ଇଶ୍ଵର ପାଣିଗ୍ରାହୀ, ଗୋବର୍ଦ୍ଧନ ଦାସ, ମହମ୍ମଦ ଡବ୍ଲୁ ସକିଲ, ସୁବାସ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ସୁରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଦାସ, ଶିଶିର ପରିଜା, ପ୍ରଶାନ୍ତ ନାୟକ, ଅମୀୟ ଦାସ ଓ ବିପ୍ଲବ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ୪୪ ଜଣଙ୍କୁ ସମ୍ପାଦକ ଓ ୧୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।
