CrimeFeaturedLatestNews

ପୂର୍ବତନ ସାଂସଦଙ୍କ ପୁଅ କହି ୫ କୋଟି ଠକେଇ; ନେପାଳ-ପଶ୍ଚିମବଙ୍ଗ ସୀମାରୁ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀରୁ ଏକ ହାଇପ୍ରୋଫାଇଲ ଠକକୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ଜଣକ ନିଜକୁ ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ ବୋଲି ଦାବି କରି ଲୋକଙ୍କ ଠାରୁ ବହୁ ଟଙ୍କା ଠକେଇ କରୁଥିଲେ। ଭୁବନେଶ୍ଵର ଇନ୍ଫୋସିଟି ପୋଲିସ ତାଙ୍କୁ ନେପାଳ ଓ ପଶ୍ଚିମବଙ୍ଗ ସୀମାରୁ ଗିରଫ କରିବାରେ ସଫଳ ହୋଇଛି।

ଖବର ଅନୁଯାୟୀ, ଅଭିଯୁକ୍ତ ‘ଗୋ-ବ୍ୟାକ୍ କାର୍ ସର୍ଭିସ’ ନାମକ ଏକ କମ୍ପାନୀ ଆଳରେ ଲୋକଙ୍କଠାରୁ ପ୍ରାୟ ୫ କୋଟି ଟଙ୍କାର ଠକେଇ କରିଥିଲେ। ଏହି ଘଟଣାରେ ଶହୀଦ ନଗର, ସ୍ପେଶାଲ କ୍ରାଇମ ୟୁନିଟ୍, ପାହାଳ ପୋଲିଷ ଷ୍ଟେସନ୍ ସମେତ ରାଜ୍ୟର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ହୋଇଥିଲା।

ଏତଦ୍ ବ୍ୟତୀତ, ଅଭିଯୁକ୍ତଙ୍କ ନାମରେ ନ୍ୟାୟାଳୟ ପକ୍ଷରୁ NBW (Non-Bailable Warrant) ମଧ୍ୟ ଜାରି କରାଯାଇଥିଲା। ତେବେ ଫେରାର ଥିବା ଅଭିଯୁକ୍ତ ଜଣକ NBW ଜାରି ହେବା ପରେ ନେପାଳ ବର୍ଡର ଦେଇ ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି।

ଅଧିକ ଯାଞ୍ଚ ପାଇଁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡ ମାଗିବା ପାଇଁ ପୋଲିସ ପ୍ରସ୍ତୁତ ହେଉଛି। ଏହି ଠକ ରାଜ୍ୟ ବାହାରେ ଅନ୍ୟ କୌଣସି ଠକେଇରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *