FeaturedLatestNews

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ : ୬୩.୬୪% ଛାତ୍ରଛାତ୍ରୀ ପାସ୍

କଟକ(ସଂକେତ ଟିଭି): ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE), ଓଡ଼ିଶା ପକ୍ଷରୁ ୨୦୨୬ ମସିହାର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏହି ସପ୍ଲିମେଣ୍ଟାରୀ ପରୀକ୍ଷାରେ ସାମଗ୍ରିକ ୬୩.୬୪% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟ୍ରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇଛନ୍ତି।

ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମୋଟ ୫,୭୬୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩,୬୬୬ ଜଣ ପାସ୍ କରିଛନ୍ତି। ଗ୍ରେଡ୍ ବିଭାଜନ ଅନୁଯାୟୀ, ଏ-୧ ଗ୍ରେଡ୍ରେ କେହି ନଥିବା ବେଳେ, ଏ-୨ ଗ୍ରେଡ୍ରେ ୫ ଜଣ, ବି-୧ରେ ୧୨ ଜଣ, ବି-୨ରେ ୫୩ ଜଣ, ସି-ଶ୍ରେଣୀରେ ୧୯୨ ଜଣ, ଡି-ଶ୍ରେଣୀରେ ୫୩୬ ଜଣ ଏବଂ ଇ-ଶ୍ରେଣୀରେ ୨,୫୯୩ ଜଣ ପାସ୍ କରିଛନ୍ତି। ଏଥିସହିତ ୨୭୫ ଜଣ କମ୍ପାର୍ଟମେଣ୍ଟାଲ୍ ହୋଇଥିବା ବେଳେ ୨,୦୯୪ ଜଣ ଫେଲ୍ ହୋଇଛନ୍ତି।

ସେହିପରି, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଦ୍ୱିତୀୟ) ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୮,୬୯୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୫,୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହାର ସଫଳତା ହାର ୬୨.୬୫% ରହିଛି। ଏଥିରେ ଏ-୧ ଗ୍ରେଡ୍ ଶୂନ ଥିବା ବେଳେ ଏ-୨ରେ ୧୦ ଜଣ, ବି-୧ରେ ୧୦୯ ଜଣ, ବି-୨ରେ ୪୦୧ ଜଣ, ସି-ଶ୍ରେଣୀରେ ୮୬୮ ଜଣ, ଡି-ଶ୍ରେଣୀରେ ୧,୫୧୪ ଜଣ ଏବଂ ଇ-ଶ୍ରେଣୀରେ ୨,୫୪୮ ଜଣ ପାସ୍ କରିଛନ୍ତି। ଏଥିରେ ୩,୧୮୫ ଜଣ ଫେଲ୍ ହୋଇଛନ୍ତି।

ବୋର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ସମୟ ମଧ୍ୟରେ ବୋର୍ଡ ୱେବସାଇଟ୍‌ରେ ଏହି ଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ http://bseodisha.ac.in ଏବଂ http://bseodisha.nic.in ୱେବସାଇଟ୍‌ଗୁଡ଼ିକରେ ନିଜର ଫଳ ଦେଖିପାରିବେ। ଏତଦ୍ବ୍ୟତୀତ, ଏସ୍.ଏମ୍.ଏସ୍. ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ନିଜ ଫଳ ଜାଣିପାରିବେ। ଆସନ୍ତା ୧୭ ତାରିଖରୁ ଛାତ୍ରଛାତ୍ରୀମାନେ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାର ସୁବିଧା ପାଇବେ।

Leave a Reply

Your email address will not be published. Required fields are marked *