FeaturedGeneralLatest

ବାରାଣସୀରେ ୫୯୪ କିମି ଦୀର୍ଘ ‘ଗଙ୍ଗା ଏକ୍ସପ୍ରେସୱେ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରାଣସୀ (ସଂକେତ ଟିଭି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୫୯୪ କିଲୋମିଟର ଦୀର୍ଘ ‘ଗଙ୍ଗା ଏକ୍ସପ୍ରେସୱେ’ର ଉଦଘାଟନ କରିଛନ୍ତି। ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟବହୁଳରେ ନିର୍ମିତ ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ସବୁଠାରୁ ଲମ୍ବା ଏବଂ ଭାରତର ସବୁଠାରୁ ବଡ଼ ଗ୍ରୀନଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟରେ ଅନ୍ୟତମ।

ଏହି ଛଅ ଲେନ ବିଶିଷ୍ଟ ରାସ୍ତାଟି ୮ ଲେନକୁ ସମ୍ପ୍ରସାରଣ ଯୋଗ୍ୟ। ଏହା ମେରଠରୁ ପ୍ରୟାଗରାଜ ପର୍ଯ୍ୟନ୍ତ ୧୨ ଟି ଜିଲ୍ଲାକୁ ସଂଯୋଗ କରେ। କେବଳ ରାସ୍ତା ନୁହେଁ, ଏହା ଏକ ଶିଳ୍ପ, ଲଜିଷ୍ଟିକ୍ସ ଏବଂ ବିକାଶ କରିଡର ଭାବରେ କାର୍ଯ୍ୟ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୟୁପି ବାସୀଙ୍କୁ ସମ୍ବୋଧନ କରି କହିଥିଲେ, “ୟୁପିର ବିକାଶର ନୂତନ ଜୀବନରେଖା ହେଉଛି ଗଙ୍ଗା ଏକ୍ସପ୍ରେସୱେ।” ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ୨୦୨୧ର ସ୍ୱପ୍ନ ଏବେ ପୂରଣ ହୋଇଛି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀରେ ରୋଡ୍ ଶୋ’ କରିଥିଲେ। ସେ ୧୪ କିଲୋମିଟର ପର୍ଯ୍ୟନ୍ତ ରୋଡ୍ ଶୋ’ କରି କାଶୀ ବିଶ୍ଵନାଥ ମନ୍ଦିରରେ ପହଞ୍ଚିଥିଲେ। ବିଜେପି କର୍ମୀ ଓ ସ୍ଥାନୀୟ ଲୋକେ ବିଭିନ୍ନ ସ୍ଥାନରେ ଫୁଲ ବର୍ଷଣ କରି ତାଙ୍କୁ ସ୍ୱାଗତ କରିଥିଲେ। ଗତ ୧୧ ବର୍ଷରେ ପ୍ରଧାନମନ୍ତ୍ରୀ କାଶୀକୁ ୫୪ ଥର ଗସ୍ତ କରିସାରିଛନ୍ତି। ୨୦୨୬ ମସିହାରେ ଏହା ତାଙ୍କର ପ୍ରଥମ କାଶୀ ଗସ୍ତ। ଏହାପୂର୍ବରୁ ସେ ନଭେମ୍ବର ୨୦୨୫ରେ କାଶୀ ଆସିଥିଲେ।