FeaturedLatestNews

୨୦୨୭ ମାର୍ଚ୍ଚ ସୁଦ୍ଧା ଘରେ ଘରେ ପହଞ୍ଚିବ ପାଣି : ମନ୍ତ୍ରୀ ରବି ନାରାୟଣ ନାଏକ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୭ ମାର୍ଚ୍ଚ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ଯେଉଁମାନେ ୨୪ ବର୍ଷ ଧରି ଶାସନ କରିଥିଲେ, ସେହି ସମୟରେ ଯୁବକ ଯୁବତୀମାନେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ବେକାରୀର ଯନ୍ତ୍ରଣା ସହିଥିଲେ। ସେମାନେ ଘର ଦୁଆରେ ବସି ନିରାଶ ହେଉଥିଲେ।

ବର୍ତ୍ତମାନର ରାଜ୍ୟ ସରକାର ସମସ୍ତ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ସଂକଳ୍ପବଦ୍ଧ। ଆଗାମୀ ଦିନରେ ପ୍ରତ୍ୟେକ ପାତ୍ର ଯୁବକ ଯୁବତୀ ଚାକିରି ପାଇବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବରେ ଗଠନ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଯୁବଶକ୍ତିକୁ ନିଯୁକ୍ତି ଦେଇ ସେମାନଙ୍କୁ ସଶକ୍ତ କରାଯିବ ଏବଂ ଏହା ମାଧ୍ୟମରେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସାଧିତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *