FeaturedLatestNews

ବାତ୍ୟା ଅର୍ଣ୍ଣବ ପ୍ରଭାବ: ସାଉଥକୋଷ୍ଟ ରେଲୱେର ୫ଟି ଟ୍ରେନ ବାତିଲ

ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବ ପାଇଁ ରେଳବାଇ ବିଭାଗ ଟ୍ରେନ ଚଳାଚଳ ବାତିଲ କରିଛି। ଦକ୍ଷିଣ ଉପକୂଳ ରେଳବାଇ (ସାଉଥକୋଷ୍ଟ ରେଲୱେ) ପକ୍ଷରୁ ୫ଟି ଟ୍ରେନ ବାତିଲ ନେଇ ଘୋଷଣା କରାଯାଇଛି। ଏଥିମଧ୍ୟରେ ୩ଟି ଏକ୍ସପ୍ରେସ ଓ ୨ଟି ପାସେଞ୍ଜର ଟ୍ରେନ ସାମିଲ ରହିଛି।

ବିଶାଖାପାଟଣାରୁ ଦାନ୍ତେଓ୍ବାଡା କିରଣ୍ଡୁଲ ଏକ୍ସପ୍ରେସ (୧୮୫୧୫/୧୮୫୧୬) ଟ୍ରେନ ବାତିଲ ହୋଇଥିବାବେଳେ ବିଶାଖାପାଟଣାରୁ କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ (୧୮୫୧୨) ଟ୍ରେନ ବାତିଲ କରାଯାଇଛି।

ସେହିପରି ହିରାଖଣ୍ଡ ଏକ୍ସପ୍ରେସ (୧୮୪୪୭/୧୮୪୪୮) ଜଗଦଲପୁର-ଛତିଶଗଡ ଟ୍ରେନ ବାତିଲ କରାଯାଇଥିବାବେଳେ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ୫୮୫୩୭ ଓ ବିଶାଖାପାଟଣା-କିରାଣ୍ଡୁଲ ପାସେଞ୍ଜର ୫୮୫୦୧ ଟ୍ରେନ ମଧ୍ୟ ବାତିଲ କରାଯାଇଛି।

ଅନ୍ୟପଟେ ଇଷ୍ଟ କୋଷ୍ଟ ରେଲୱେ ଟ୍ରେନ ଚଳାଚଳ ନେଇ ଆଜି ବୈଠକ ବସିବ। ପୂର୍ବତନ ପକ୍ଷରୁ ବାତ୍ୟା ପାଇଁ ଟ୍ରେନ ବାତିଲ ହେବ କି ନାହିଁ ନିଷ୍ପତ୍ତି ନିଆଯିବ। ଯେହେତୁ ଆନ୍ଧ୍ର ଓ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ, ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ଦେଇ ଚଳାଚଳ ହେଉଥିବା ଟ୍ରେନ ପାଇଁ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଇଛି।

Leave a Reply

Your email address will not be published. Required fields are marked *