ବାଲଟି ପାଣିରେ ବୁଡ଼ି ଦେଢ଼ବର୍ଷର ଶିଶୁପୁତ୍ରର ମୃତ୍ୟୁ
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭାଲୁପାହାଡ଼ି ଗାଁରେ ରବିବାର ଦିନ ଦେଢ଼ବର୍ଷର ଏକ ଶିଶୁପୁତ୍ର ଘରେ ଥିବା ବାଲଟି ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।
ଶ୍ରବଣ ଗିରିଙ୍କ ଦେଢ଼ ବର୍ଷର ପୁଅ ଘର ବାଡ଼ିପଟେ ଥିବା କୂଅ ନିକଟରେ ଖେଳୁଥିଲା। ଏହି ସମୟରେ ଉତ୍ସୁକତା ବଶତଃ ନିକଟରେ ଏକ ପାଣିଭର୍ତ୍ତି ବଡ଼ ବାଲଟିରେ ହାତ ବୁଡ଼ାଇବା ସମୟରେ ବାଲ୍ଟି ଭିତରେ ଗଳିପଡ଼ିଥିଲା।
ନିକଟରେ କେହି ନଥିବାରୁ ଅନେକ ସମୟ ପରେ ଶିଶୁଟିକୁ ପରିବାର ଲୋକେ ଉଦ୍ଧାର କରିଥିଲେ ଏବଂ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ କହିଛି।
