FeaturedGeneralLatestPolitics

ତାମିଲନାଡୁ ବିଧାନସଭା ନିର୍ବାଚନ: ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରାଜୟ

ଚେନ୍ନାଇ (ସଂକେତ ଟିଭି): ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ରାଜ୍ୟରେ ଏତେ ପ୍ରବଳ ସରକାର ବିରୋଧୀ ହାୱା ବହିଛି ଯେ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ନିଜର ଆସନ ମଧ୍ୟ ବଞ୍ଚାଇ ପାରି ନାହାଁନ୍ତି। କୋଲାଥୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ପରାଜୟର ସାମ୍ନା କରିଛନ୍ତି।

ଅଭିନେତାରୁ ନେତା ପାଲଟିଥିବା ଥାଲାପତି ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଜାଗମ୍ (TVK) ଏହି ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କୁ ବିଜୟଙ୍କ ଦଳର ପ୍ରାର୍ଥୀ ପରାସ୍ତ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ, ବିଜୟଙ୍କ ଦଳ ପ୍ରାୟ ୧୦୮ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ୭୧ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ ନେତୃତ୍ୱାଧୀନ ଏନଡିଏ ୫୪ଟି ଆସନ ସହ ତୃତୀୟ ସ୍ଥାନରେ ରହିଛି।

ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିମଧ୍ୟରୁ ୩ଟି ଆସନରେ ଡିଏମକେ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଏବଂ ଟିଭିକେ ଗୋଟିଏ ଲେଖାଏଁ ଆସନରେ ଜିତିଛନ୍ତି।