ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ଯାତ୍ରୀବାହୀ ବସ ପାଇଁ ରହିବ ରିଜର୍ଭ
ଭୁବନେଶ୍ୱର (ସଂକେତ ଟିଭି): ପେଟ୍ରୋଲ, ଡିଜେଲକୁ ନେଇ ସବୁଆଡେ ଏବେ ସଙ୍କଟର ସ୍ଥିତି ଉପୁଜିଥିବା ବେଳେ ଏହା ଧିରେ ଧିରେ ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଲାଣି। ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଯେପରି ଯାତ୍ରୀ ପରିବହନ ପ୍ରଭାବିତ ହେବନାହିଁ, ସେ ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି ହୋଇଛି।
ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘ ଏବଂ ଟ୍ରକ୍ ମାଲିକ ସଂଘ ସହିତ ବୈଠକ ପରେ ଏଭଳି କହିଛନ୍ତି ତୈଳ ବିପଣନ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀ। ଯାହାକୁ ଘରୋଇ ବସ୍ ମାଲିକ ସଂଘ ସ୍ୱାଗତ କରିଛି।
ହେଲେ ଟ୍ରକ୍ ମାଲିକ ମହାସଂଘ ବୈଠକ ପରେ ନିରାଶା ଜଣାଇଛି। ଟ୍ରକ୍ ଗୁଡିକ କିପରି ଚାଲି ପାରିବ, ମାଲ ପରିବହନ କିପରି ବ୍ୟବସ୍ଥିତ ହୋଇ ପାରିବ ସେନେଇ କୌଣସି ନିର୍ଯ୍ୟାସ ବାହାରିଲା ନାହିଁ ବୋଲି ମହାସଂଘ କହିଛି।
