FeaturedLatestNews

ପୁରୀ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଲାଗିବ ନୂଆ କବାଟ

ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ଉତ୍ତରଦ୍ୱାର (ହସ୍ତୀ ଦ୍ୱାର) ରେ ଲାଗିବ ନୂଆ କବାଟ । ଏହା ଦେଖିବାକୁ ଅତି ଆକର୍ଷଣୀୟ ହୋଇଛି। କଟକ ନିକଟସ୍ଥ ତାରପୁର ବରତି ଗାଁର କାରିଗର ପ୍ରମୋଦ ଓଝା ଓ ତାଙ୍କ ସହଯୋଗୀମାନେ ତିନି ମାସ ଧରି ଏହି କବାଟ ନିର୍ମାଣ କରିଛନ୍ତି।

ନୂଆ କବାଟଟି ପିତ୍ତଳରେ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ। ଏହାର ଲମ୍ବ ୧୩ ଫୁଟ ୬ ଇଞ୍ଚ, ଫ୍ରେମ୍ ଚଉଡା ୪୨ ଇଞ୍ଚ ୩ ପାଆ, ପଛପଟ ପଟାର ଲମ୍ବ ୧୩ ଫୁଟ ୧୦ ଇଞ୍ଚ ଓ ଚଉଡା ୪୮ ଇଞ୍ଚ। ଏଥିରେ ୩ କ୍ୱିଣ୍ଟାଲ ପିତ୍ତଳ ବ୍ୟବହାର କରାଯାଇଛି।

ଆଜି ନୂଆ କବାଟ ଉତ୍ତର ଦ୍ୱାରରେ ପହଞ୍ଚିବା ପରେ ଏହାକୁ ଲଗାଇବାର କାମ ଆରମ୍ଭ ହେବ ବୋଲି ନିର୍ମାଣକାରୀ ଆଶା ରଖିଛନ୍ତି।