FeaturedLatestNews

ଜାତୀୟ ରାଜପଥ ତଳକୁ ଓଲଟି ପଡ଼ିଲା ବସ୍, ୧୦ ଆହତ, ୫ ଗୁରୁତର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ସେରଗଡ଼ ନିକଟ ଜାତୀୟ ରାଜପଥରେ ଏକ ବୃହତ୍ ଦୁର୍ଘଟଣା ଘଟିଛି। ଆସାମରୁ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡ଼ିଛି।

ବସ୍‌ଟିରେ ୫୧ ଜଣ ଶ୍ରମିକ ଯାତ୍ରା କରୁଥିଲେ, ଯେଉଁମାନେ କେରଳର ପେରମ୍ବୁରକୁ ଯାଉଥିଲେ। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଗୁରୁତର ଆହତମାନଙ୍କୁ ଖନ୍ତାପଡ଼ା ଓ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ଆହତ ଶ୍ରମିକମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଦୁର୍ଘଟଣା ସମୟରେ ବସ୍‌ର ଡ୍ରାଇଭର ନିଦ୍ରିତ ଥିଲେ ଏବଂ ହେଲ୍ପର ଗାଡ଼ି ଚଲାଉଥିଲେ।