FeaturedLatestNews

ମାଲକାନଗିରିରେ ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ

ମାଲକାନଗିରି (ସଂକେତ ଟିଭି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଏସ୍ ଆର୍ ଛକରୁ ମାଲକାନଗିରି ପୋଲିସ ୨ ଲିଟର ଗଞ୍ଜେଇ ତେଲ ଜବତ କରିଛି। ଜବତ ଗଞ୍ଜେଇ ତେଲର ଆନୁମାନିକ ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ।

ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ କାର୍ଯ୍ୟକ୍ଷମ ଥିବା ସୂଚନା ପାଇଥିଲା ଚିତ୍ରକୋଣ୍ଡା ଥାନା ପୋଲିସ। ଏହାକୁ ଧରିବା ପାଇଁ ପୋଲିସ ଅପରେସନ ଆରମ୍ଭ କରିଥିଲା। ଆଜି ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଏସଆର ଛକ ନିକଟରେ ଚଢ଼ାଉ କରି ଗୁପ୍ତ ଗଞ୍ଜେଇ ତେଲ ମୋବାଇଲ୍ ଉତ୍ପାଦନ ୟୁନିଟ୍ ବୋଝେଇ ଗାଡ଼ିକୁ କାବୁ କରିଥିଲା।

ସିଲେରୁ ଅଞ୍ଚଳ ଅଭିମୁଖେ ଯାଉଥିବା ବେଳେ ଗାଡ଼ିଟିକୁ ପୋଲିସ ମାଡ଼ିବସିଥିଲା। ତେଲ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରାୟ ୮୦୦ ଲିଟର ରାସାୟନିକ ପଦାର୍ଥ ମଧ୍ୟ ଜବତ କରାଯାଇଛି। ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଭାଙ୍ଗି ଦିଆଯାଇଛି। ଗାଡ଼ିରୁ ସ୍ୱତନ୍ତ୍ର ପ୍ରସ୍ତୁତ ଉପକରଣ ସମେତ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରକ୍ରିୟାକରଣ ୟୁନିଟ୍ ଜବତ କରାଯାଇଛି। ତେବେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।