FeaturedGeneralLatestPolitics

ପଶ୍ଚିମବଙ୍ଗ ଅକ୍ତିଆର୍ କଲା ବିଜେପି, ମମତାଙ୍କ ଡବଲ୍ ହାର୍

କୋଲକାତା (ସଂକେତ ଟିଭି):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିରାଟ ଧକ୍କା ଲାଗିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ। ସେ ନିଜର ପାରମ୍ପରିକ ଆସନ ଭବାନୀପୁରରେ ପରାଜିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ୧୫,୧୦୫ ଖଣ୍ଡ ଭୋଟରେ ହରାଇଛନ୍ତି। ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ମଧ୍ୟ ବିଜୟୀ ହୋଇଛନ୍ତି।

ଭବାନୀପୁରରେ ଦିଦିଙ୍କ ହାର:

ଭବାନୀପୁର ଆସନରେ ଶେଷ ଦୁଇ ରାଉଣ୍ଡ ପର୍ଯ୍ୟନ୍ତ କଡ଼ା ଲଢ଼େଇ ହୋଇଥିଲା। ଶେଷରେ ବିଜୟ ବାନା ଉଡ଼ାଇଲେ ଶୁଭେନ୍ଦୁ ଅଧିକାରୀ। ମମତା ବାନାର୍ଜୀ (ତୃଣମୂଳ କଂଗ୍ରେସ) ୫୮,୮୧୨ ଖଣ୍ଡ ଭୋଟ ପାଇଥିବା ବେଳେ ଶୁଭେନ୍ଦୁ ଅଧିକାରୀ (ବିଜେପି) ୭୩,୯୧୭ ଖଣ୍ଡ ଭୋଟ ପାଇଛନ୍ତି। ୨୦ ରାଉଣ୍ଡ ଗଣତି ପରେ ଭାରତୀୟ ନିର୍ବାଚନ କମିଶନ ଏହି ଫଳାଫଳ ଘୋଷଣା କରିଛନ୍ତି।

ନନ୍ଦିଗ୍ରାମରେ ବି ଜିତିଲେ ଶୁଭେନ୍ଦୁ:

ନନ୍ଦିଗ୍ରାମ ଆସନରେ ମଧ୍ୟ ଶୁଭେନ୍ଦୁ ଅଧିକାରୀ ବିଜୟୀ ହୋଇଛନ୍ତି। ସେ ୧,୨୭,୩୦୧ ଖଣ୍ଡ ଭୋଟ ପାଇଥିବା ବେଳେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପବିତ୍ର କର ୧,୧୭,୬୩୬ ଖଣ୍ଡ ଭୋଟ ପାଇଛନ୍ତି। ଶୁଭେନ୍ଦୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୯,୬୬୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି।

ରାଜ୍ୟରେ ବିଜେପିର ବିଜୟ ରଥ:

ଶେଷ ଖବର ସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ୨୦୬ଟି ଆସନରେ ବିଜୟ ହାସଲ କରିଛି। ତୃଣମୂଳ କଂଗ୍ରେସ ୭୮ଟି ଆସନରେ ବିଜୟୀ ଥିବାବେଳେ ୩ଟିରେ ଆଗୁଆ ରହିଛି। ଏହାବ୍ୟତୀତ କଂଗ୍ରେସକୁ ୨ଟି ଏବଂ ବାମଦଳଙ୍କୁ ଗୋଟିଏ ଆସନ ମିଳିଛି।

ପଶ୍ଚିମବଙ୍ଗରେ ପୁଣି ଥରେ ଶାସନ ଗାଦି ଅକ୍ତିଆର କରିବା ପାଇଁ ତୃଣମୂଳ କଂଗ୍ରେସ ଜୋରଦାର ପ୍ରୟାସ କରିଥିବା ବେଳେ କାଣ୍ଟେକି ଟକ୍କର ଦେଇଥିଲା ବିଜେପି। ବିଜେପିର ‘ମିଶନ ବଙ୍ଗଳା’ ଦଖଲ ଆଶା ପୁରଣ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏକ ମହାଲଢ଼େଇ ଦେଖିବାକୁ ମିଳିଥିଲା। ବହୁମତ ସହ ବିଜେପି ବର୍ତ୍ତମାନ ସରକାର ଗଢ଼ିବାକୁ ଯାଉଛି।