EducationFeaturedLatestNews

ବିଏଡ୍ ପାଠ୍ୟକ୍ରମ ପାଇଁ ୩୧ ତାରିଖରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର (ସଂକେତ ଟିଭି): ଷ୍ଟେଟ୍ ସିଲେକ୍ସନ ବୋର୍ଡ ପକ୍ଷରୁ ବିଏଡ୍, ବିଏଚ୍ଏଡ୍ (ହିନ୍ଦୀ) ଏବଂ ଏମ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଦ୍ୱିବର୍ଷୀୟ ବିଏଡ୍ ପାଠ୍ୟକ୍ରମ ପାଇଁ ଆସନ୍ତା ୩୧ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ହେବ।

ସେହିପରି ଜୁନ୍ ୩ ତାରିଖରେ ଦୁଇଟି ପରୀକ୍ଷା ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଏଚ୍ଏଡ୍ (ହିନ୍ଦୀ) ଏବଂ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହେବ।

ଆସନ୍ତା ୨୭ ତାରିଖ ସକାଳ ୧୧ଟାରୁ ଏହି ସମସ୍ତ ପରୀକ୍ଷାର ପ୍ରବେଶ ପତ୍ର (ଆଡ୍ମିଟ୍ କାର୍ଡ) ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟକୁ ଯାଇ ନିଜର ପ୍ରବେଶପତ୍ର ଡାଉନଲୋଡ୍ କରିପାରିବେ।

ଜୁନ୍ ୪ ତାରିଖରେ ଏସ୍ଏସ୍ବି ୱେବ୍ସାଇଟରେ ପରୀକ୍ଷାର ପ୍ରୋଭିଜିନାଲ ‘ଆନ୍ସର କି’ ପ୍ରକାଶ ପାଇବ। ଯଦି ପରୀକ୍ଷାର୍ଥୀଙ୍କର ଏହି ଉତ୍ତର କୁଞ୍ଜିକୁ ନେଇ କୌଣସି ଆଶଙ୍କା ଥାଏ, ତେବେ ସେମାନେ ଜୁନ୍ ୫ରୁ ୭ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ ମେଧା ତାଲିକା ପ୍ରକାଶ ପାଇବ।