ଏଣିକି ସହଜ ହେବ ଜଗା ଦର୍ଶନ, ଆସୁଛି ସ୍ଲଟ ବୁକିଂ ବ୍ୟବସ୍ଥା
ଭୁବନେଶ୍ୱର (ସଂକେତ ଟିଭି): ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସହଜ ହୋଇପାରିବ। ଭକ୍ତମାନଙ୍କ ପାଇଁ ଦର୍ଶନକୁ ସୁଗମ କରିବା ଉଦ୍ଦେଶ୍ୟରେ ବିଭିନ୍ନ ରାସ୍ତା ଆପଣା ଯାଉଛି।
ଆଇନମନ୍ତ୍ରୀ ପୃଥ୍ୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ଯେ, ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏହାଦ୍ୱାରା ଶ୍ରଦ୍ଧାଳୁମାନେ ନିର୍ଦ୍ଦିଷ୍ଟ ସମୟ ସ୍ଲଟରେ ଆଗୁଆ ବୁକିଂ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
ମନ୍ତ୍ରୀ କହିଛନ୍ତି ଯେ, ଉଭୟ ସାଧାରଣ ଲାଇନ ଏବଂ ସ୍ଲଟ ବୁକିଂ ଦର୍ଶନ ଜାରି ରହିବା ପାଇଁ ଯୋଜନା କରାଯାଉଛି। ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ।
ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇସାରିଛି। ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
