ଓଡ଼ିଶାର ସମସ୍ତ ଓଏସଆରଟିସି ବସ୍ ହେବ ଇଭି
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସମସ୍ତ OSRTC ଗାଡ଼ିକୁ ଇଭି (ବୈଦ୍ୟୁତିକ ଯାନ) ରେ ପରିଣତ କରାଯିବ। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି।
ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି। ୧୦୦ଟି ଚାର୍ଜିଂ ଷ୍ଟେସନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୩୦ଟି ଶେଷ ହୋଇସାରିଛି। କେବଳ ଭୁବନେଶ୍ୱରରେ ୧୫ଟି ଷ୍ଟେସନ କରାଯିବ।
ଇଭି ଗାଡ଼ିର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ରହିଛି। ଇଭି ଗାଡ଼ି ବ୍ୟବହାର ଦ୍ୱାରା ପରିବେଶ ସୁରକ୍ଷା ସହିତ ସଞ୍ଚୟ ମଧ୍ୟ ହେବ। ପ୍ରକୃତି ଓ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଇଭିର ବ୍ୟବହାର କରାଯିବ।
ମୁଖ୍ୟମନ୍ତ୍ରୀ ତାଙ୍କ କାରବ୍ୟବହାର ଅଧା କରିସାରିଛନ୍ତି। ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଅବଲମ୍ବନ କରିବେ। ଆଜିଠୁ ଇଭି ଗାଡ଼ିରେ ଯିବେ ବୋଲି ନିଜେ ପରିବହନ ମନ୍ତ୍ରୀ କହିଛନ୍ତି। ଆବଶ୍ୟକ ନଥିଲେ ସେ ବସରେ ଯିବେ ବୋଲି ମଧ୍ୟ କହିଛନ୍ତି।
