ପ୍ରକାଶ ପାଇଲା +2 ପରୀକ୍ଷା ଫଳ; ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ
ଭୁବନେଶ୍ୱର (ସଂକେତ ଟିଭି): ଆଜି ଏକାସାଙ୍ଗରେ ଯୁକ୍ତ ଦୁଇ ପରୀକ୍ଷାର ଫଳ ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ସମସ୍ତ ବିଭାଗର ରେଜଲ୍ଟ ସିଏଚଏସଇ (CHSE) କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି।
କଳା ବିଭାଗ: କଳା ବିଭାଗରେ ସାମଗ୍ରିକ ପାସ୍ ହାର ୮୪.୫୦% ରହିଛି। ଏଥିରେ ଛାତ୍ରଙ୍କ ପାସ୍ ହାର ୭୭.୯୭% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫% ରହିଛି। ଅର୍ଥାତ୍ କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
ବାଣିଜ୍ୟ ବିଭାଗ: ବାଣିଜ୍ୟରେ ସାମଗ୍ରିକ ପାସ୍ ହାର ୮୮.୦୭% ରହିଛି। ଛାତ୍ରଙ୍କ ପାସ୍ ହାର ୮୬.୬୭% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩% ରହିଛି।
ବିଜ୍ଞାନ ବିଭାଗ: ବିଜ୍ଞାନରେ ସାମଗ୍ରିକ ପାସ୍ ହାର ୮୮.୮୦% ରହିଛି। ଏଥିରେ ଛାତ୍ରଙ୍କ ପାସ୍ ହାର ୮୭.୪୧% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୦.୨୪% ରହିଛି।
ଧନ୍ଦାମୂଳକ ବିଭାଗ: ଧନ୍ଦାମୂଳକ (ଭୋକେସନାଲ) ପରୀକ୍ଷାରେ ସାମଗ୍ରିକ ପାସ୍ ହାର ୭୧.୪୯% ରହିଛି। ଛାତ୍ରଙ୍କ ପାସ୍ ହାର ୭୧.୪୯% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୩.୪୩% ରହିଛି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଏବଂ ଧନ୍ଦାମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷା ଦେଇଥିଲେ।
ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଚେକ୍ କରିପାରିବେ: orissaresults.nic.in, chseodisha.nic.in। ଏହାଛଡ଼ା ସଂଶ୍ଳିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ SAMS କଲେଜ୍ ଲଗଇନ୍ ଜରିଆରେ ମଧ୍ୟ ଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ନିଜର ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ଅଧିକ ଅପଡେଟ୍ ପାଇଁ ଆମ ପେଜ୍ ସହ ଯୋଡ଼ି ହୋଇ ରୁହନ୍ତୁ।
