ମେଲୋନିଙ୍କୁ ‘ମେଲୋଡି’ ଚକୋଲେଟ ଦେଲେ ମୋଦି, ରାହୁଲ କଲେ ଟାର୍ଗେଟ
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତରେ ଥିବାବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ‘ମେଲୋଡି’ ଚକୋଲେଟ୍ (ଟଫି) ଉପହାର ଦେଉଛନ୍ତି। ଏହି ମୁହୂର୍ତ୍ତକୁ ନେଇ ଇଣ୍ଟରନେଟରେ ‘ମେଲୋଡି’ (ମୋଦି+ମେଲୋନି) ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଛି। ଉଭୟ ନେତା ହସଖୁସିରେ ଏହି ଟଫି ହସ୍ତାନ୍ତର କରିଥିବା ଭିଡିଓ ମେଲୋନି ନିଜେ ସେୟାର କରିଥିଲେ।
Thank you for the gift pic.twitter.com/7ePxbJwPbA
— Giorgia Meloni (@GiorgiaMeloni) May 20, 2026
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଏହାକୁ ‘ନାଟକ’ ବୋଲି ଅଭିହିତ କରିଛନ୍ତି। ରାହୁଲ ଏକ୍ସ (ଟ୍ୱିଟର)ରେ ଲେଖିଛନ୍ତି, “ଆମ ମୁଣ୍ଡ ଉପରେ ଅର୍ଥନୈତିକ ତୋଫାନ ଘୂର୍ଣ୍ଣନ କରୁଛି, ଆଉ ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି!”
ରାହୁଲ କହିଛନ୍ତି, “ଚାଷୀ, ଯୁବକ, ମହିଳା, ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀ ସମସ୍ତେ କାନ୍ଦୁଛନ୍ତି। ପ୍ରଧାନମନ୍ତ୍ରୀ ହସୁଛନ୍ତି ଓ ରିଲ୍ସ ବନାଉଛନ୍ତି, ଆଉ ବିଜେପି ଲୋକେ ତାଳି ମାରୁଛନ୍ତି। ଏହା ନେତୃତ୍ୱ ନୁହେଁ, ଏକ ପ୍ରହସନ।”
ଉତ୍ତରପ୍ରଦେଶର ରାଏବରେଲୀରେ ଏକ ଭାଷଣ ସମୟରେ ରାହୁଲ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିଦେଶ ଯିବାକୁ ମନା କରନ୍ତି, ଗୋଲ୍ଡ ନକିଣିବାକୁ କହନ୍ତି, କିନ୍ତୁ ନିଜେ ହଜାର ହଜାର କୋଟି ଟଙ୍କାର ବିମାନରେ ବିଦେଶ ବୁଲୁଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦିନରେ ମହଙ୍ଗା, ଡିଜେଲ, ପେଟ୍ରୋଲ, ଡାଲି ଓ ଚାଉଳର ଦାମ୍ ଆକାଶ ଛୁଇଁବ।
VIDEO | Amethi, Uttar Pradesh: Leader of Opposition in Lok Sabha Rahul Gandhi said, “Before leaving India and before going to Italy to meet Prime Minister Giorgia Meloni, Prime Minister Narendra Modi told the people of India that an economic storm was coming. He said people… pic.twitter.com/u6CMVmjkJs
— Press Trust of India (@PTI_News) May 20, 2026
