୪ ଦିନରେ ଦ୍ୱିତୀୟ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ(ସଂକେତ ଟିଭି): ୪ ଦିନ ମଧ୍ୟରେ ଦେଶରେ ଦ୍ୱିତୀୟ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି, ଯାହା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଆଜି ଦେଶର ବିଭିନ୍ନ ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି।
ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୮୨ ରୁ ୯୬ ପଇସା ମହଙ୍ଗା ହୋଇଥିବାବେଳେ, ଡିଜେଲ ଦର ଲିଟର ପିଛା ୮୬ ରୁ ୯୪ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା ହିଁ ଏହି ଦରବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। ମୁଖ୍ୟତଃ ଇରାନ ସହ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଆମେରିକା-ଇସ୍ରାଏଲ ବିବାଦ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ଏହାର ସିଧାସଳଖ ପ୍ରଭାବ ଏବେ ଭାରତର ସାଧାରଣ ନାଗରିକଙ୍କ ପକେଟ ଉପରେ ପଡ଼ୁଛି।
ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ସିଏନଜି (CNG) ମଧ୍ୟ ମହଙ୍ଗା ହୋଇଛି। ସିଏନଜି କିଲୋ ପିଛା ଏକାଥରକେ ୨ ଟଙ୍କା ବଢ଼ିଯାଇଛି। ଏହି ତେଲ ସଂକଟ ଓ ଦରବୃଦ୍ଧି ଯୋଗୁଁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିବା ବେଳେ ଏହି ମହଙ୍ଗା ମାଡ଼ ଯାନବାହାନ ଚାଳକ ଏବଂ ପରିବହନ ବ୍ୟବସ୍ଥାକୁ ବିଶେଷ ଭାବରେ ପ୍ରଭାବିତ କରିଛି।
ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ। ଆଜିଠାରୁ (ଶନିବାର) ପ୍ରତି ଲିଟର ପେଟ୍ରୋଲ ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯାହା ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ଘଟିଛି। ମେ’ ୧୫ ତାରିଖ ଠାରୁ ଏହା ତୃତୀୟ ଥର ପାଇଁ ବୃଦ୍ଧି ହୋଇଛି। ମେ’ ୧୫ ଲିଟର ପିଛା ମୂଲ୍ୟ ୩ ଟଙ୍କା ବୃଦ୍ଧି କରାଯାଇଥିଲା। ପରେ ମେ’ ୧୯ ତାରିଖରେ ୯୦ ପଇସା ବୃଦ୍ଧି କରାଯାଇଥିଲା। ମୋଟାମୋଟି ଭାବରେ, ଲିଟର ପିଛା ମୂଲ୍ୟ ପ୍ରାୟ ୫ ଟଙ୍କା ବୃଦ୍ଧି ପାଇଛି।
ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୬.୧୮ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭.୮୦ ଟଙ୍କା ହୋଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭ ପଇସା ବୃଦ୍ଧି ପାଇ ପ୍ରତି ଲିଟର ୯୮.୬୪ ଟଙ୍କାରୁ ୯୯.୫୧ ଟଙ୍କା ହୋଇଛି। ଡିଜେଲ ମୂଲ୍ୟରେ ୯୧ ପଇସା ବୃଦ୍ଧି ପାଇଁ ପ୍ରତି ଲିଟର ୯୧.୫୮ ଟଙ୍କାରୁ ୯୨.୪୯ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ଦର ପ୍ରତି ଲିଟରରେ ୯୪ ପଇସା ବୃଦ୍ଧି ପାଇ ୧୧୦.୬୪ ଟଙ୍କାରେ ପହଞ୍ଚିଛି।
ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ପ୍ରତି ଲିଟରରେ ୯୦ ପଇସା ବୃଦ୍ଧି ପାଇ ୧୦୮.୪୯ ଟଙ୍କାରେ ପହଞ୍ଚିଛି। ଏହି ସମୟରେ, ଚେନ୍ନାଇରେ ୮୨ ପଇସା ବୃଦ୍ଧି ପାଇ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର ୧୦୫.୩୧ ଟଙ୍କା ହୋଇଛି।
ଚାରୋଟି ପ୍ରମୁଖ ସହରରେ ପେଟ୍ରୋଲର ସଦ୍ୟତମ ମୂଲ୍ୟ:
- ଦିଲ୍ଲୀ: ୯୯.୫୧ ଟଙ୍କା (+୦.୮୭)
- କୋଲକାତା: ୧୧୦.୬୪ ଟଙ୍କା (+୦.୯୪)
- ମୁମ୍ବାଇ: ୧୦୮.୪୯ ଟଙ୍କା (+୦.୯୦)
- ଚେନ୍ନାଇ: ୧୦୫.୩୧ ଟଙ୍କା (+୦.୮୨)
ଚାରୋଟି ପ୍ରମୁଖ ସହରରେ ଡିଜେଲର ସଦ୍ୟତମ ମୂଲ୍ୟ:
- ଦିଲ୍ଲୀ: ୯୨.୪୯ ଟଙ୍କା (+୦.୯୧)
- କୋଲକାତା: ୯୭.୦୨ ଟଙ୍କା (+୦.୯୫)
- ମୁମ୍ବାଇ: ୯୫.୦୨ ଟଙ୍କା (+୦.୯୪)
- ଚେନ୍ନାଇ: ୯୬.୯୮ ଟଙ୍କା (+୦.୮୭)
କାହିଁକି ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଇଛି?
ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରେ ବିଶ୍ୱବ୍ୟାପୀ ଶକ୍ତି ମୂଲ୍ୟରେ ତୀବ୍ର ବୃଦ୍ଧି ଏହି ବୃଦ୍ଧିର ଏକ ପ୍ରମୁଖ କାରଣ। ଇରାନ ସହିତ ଆମେରିକା-ଇସ୍ରାଏଲ ବିବାଦ ଯୋଗୁଁ ହର୍ମୁଜ୍ ପ୍ରଣାଳୀର ପ୍ରାୟ ବନ୍ଦ ଏବଂ ଗୁରୁତର ବାଧାପ୍ରାପ୍ତ ହେବା ପରେ ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୧୨୦ ଡଲାରରୁ ଅଧିକ ବୃଦ୍ଧି ପାଇଥିଲା।
