FeaturedLatestNewsPolitics

ପୁରୀରୁ ଟିଏମସି ବିଧାୟକ ଦିଲ୍ଲୀପ ମଣ୍ଡଳ ଗିରଫ

ପୁରୀ (ସଂକେତ ଟିଭି): ପଶ୍ଚିମବଙ୍ଗ ପୋଲିସର ଏସଟିଏଫ୍ (ସ୍ପେଶିଆଲ ଟାସ୍କ ଫୋର୍ସ) ଆଜି ପୁରୀର ଏକ ହୋଟେଲରୁ ତୃଣମୂଳ କଂଗ୍ରେସ (ଟିଏମସି)ର ବରିଷ୍ଠ ନେତା ତଥା ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳଙ୍କୁ ଗିରଫ କରିଛି। ସକାଳ ୯ଟାରେ ଏହି ଗିରଫ ପ୍ରକ୍ରିୟା ସମ୍ପନ୍ନ ହୋଇଛି।

ସୂଚନା ଅନୁଯାୟୀ, ଦିଲ୍ଲୀପ ମଣ୍ଡଳ ଗତକାଲି ରାତି ୧୦ଟାରେ ପୁରୀର ଏକ ହୋଟେଲର ରୁମ୍ ନମ୍ବର ୨୧୩୨ରେ ଚେକ୍ ଇନ୍ କରିଥିଲେ। ସାଙ୍ଗରେ ଆଉ ଜଣେ ବ୍ୟକ୍ତି ଥିଲେ। ଆଜି ସକାଳେ ପଶ୍ଚିମବଙ୍ଗ ପୋଲିସ୍ ଏବଂ ପୁରୀ ପୋଲିସ ହୋଟେଲରେ ଚଢ଼ାଉ କରି ତାଙ୍କୁ ଗିରଫ କରି ପଶ୍ଚିମବଙ୍ଗ ନେଇଯାଇଛି।

ହୋଟେଲର ଜେନେରାଲ ମ୍ୟାନେଜର ଦିଲ୍ଲୀପ ମିଶ୍ର ଘଟଣାକୁ ନିଶ୍ଚିତ କରି କହିଛନ୍ତି, “ଦିଲ୍ଲୀପ ମଣ୍ଡଳ ଏବଂ ତାଙ୍କ ସାଙ୍ଗ ଗତକାଲି ରାତି ୧୦ଟାରେ ହୋଟେଲରେ ପହଞ୍ଚିଥିଲେ। ଆଜି ସକାଳ ୯ଟାରେ ପୋଲିସ ଆସି ତାଙ୍କୁ ନେଇଯାଇଥିଲେ।”

ଏହା ପୂର୍ବରୁ ଦିଲ୍ଲୀପ ମଣ୍ଡଳଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ମଧ୍ୟ ଗିରଫ ହୋଇସାରିଛନ୍ତି। ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସହଯୋଗ କରୁଥିବାରୁ ତାଙ୍କୁ ଫସାଇ ଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ଦିଲ୍ଲୀପ ମଣ୍ଡଳ ପ୍ରତିକ୍ରିୟା ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛି ସପ୍ତାହ ଧରି ସେ ଫେରାର ଥିଲେ।