Latest

ଉଦୟପୁର ବେଳାଭୂମିରୁ ଯୁବକର ମୃତ ଦେହ ଉଦ୍ଧାର

ବାଲିଆପାଳ, ୨୯ ।୦୮ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ଉଦୟପୁର ବେଳାଭୂମିରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପଶ୍ଚିମ ବଙ୍ଗ ତମଲୁକ ଅଂଚଳ ର 22ବର୍ଷୀୟ ଯୁବକ ରିତମ ସାଧୁଖାନ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାର କୋଟୱାଲି ପୋଲିସ ଷ୍ଟେସନ ନିବାସୀ ରିତମ ନୂଆ ଦିଘାରେ ସମୁଦ୍ରରେ ଗାଧୋଇବା ପରେ ନିଖୋଜ ହୋଇଯାଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଖୋଜି ନପାଇବାରୁ ଦିଘା ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଆଜି ତଳସାରୀ ସାମୁଦ୍ରିକ ଥାନା ପୋଲିସ ତାଙ୍କ ମୃତ ଦେହ ଉଦୟପୁର ବେଳାଭୂମୀରୁ ଉଦ୍ଧାର କରିଛି । ତେବେ ଯୁବକ ଜଣକ ଅତ୍ଯଧିକ ମଦ୍ୟପାନ କରି ସମୁଦ୍ରରେ ଗାଧୋଇବା ସମୟରେ ବୁଡିଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *