FeaturedLatestNews

ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଶବାସୀଙ୍କୁ ଅଧିକ ଇଭି (ବୈଦ୍ୟୁତିକ ଯାନ) ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି। ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅର୍ଥନୀତି ସୁରକ୍ଷା ପାଇଁ ସୁନା, ତେଲ କମ୍ ବ୍ୟବହାର ଏବଂ ବୈଦେଶିକ ଗସ୍ତ ବର୍ଷକ ପାଇଁ ନକରିବାକୁ ନିବେଦନ କରିଥିଲେ।

ଆଜିର ଦିନର ଆବଶ୍ୟକତା ହେଉଛି ଇଭି। ଅଧିକରୁ ଅଧିକ ଇଭି ବ୍ୟବହାର କରନ୍ତୁ ଏବଂ ୱାର୍କ ଫ୍ରମ ହୋମ୍କୁ ଗୁରୁତ୍ୱ ଦିଅନ୍ତୁ। ଏହାଦ୍ୱାରା ଆମ ଦେଶର ଅର୍ଥନୀତି ସୁରକ୍ଷିତ ରହିବ। ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, “ମୁଁ ଯେତେବେଳେ ଯିବି, ସରକାରୀ ବା ନିଜସ୍ୱ ଗାଡ଼ିରେ ନ ଯାଇ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ପାଇଲଟିଂ ଗାଡ଼ିରେ ଯିବି। ପୂର୍ବରୁ ମୋ ଗସ୍ତ ସମୟରେ ତିନୋଟି ଗାଡ଼ି ଯାଉଥିଲା, ଏବେ ଗୋଟିଏ ଗାଡ଼ିରେ ଯିବି।”

ପ୍ରଧାନମନ୍ତ୍ରୀଙ୍କ ନିବେଦନ ଆମ ଠାରୁ ପ୍ରତିଫଳିତ ହେବା ଆବଶ୍ୟକ। ୨୦୨୮ ପର୍ଯ୍ୟନ୍ତ ଇଭି ଗାଡ଼ି କିଣା ସବସିଡିକୁ ବୃଦ୍ଧି କରାଯାଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ପଷ୍ଟ କରିଛନ୍ତି।