CrimeFeaturedLatestNews

ଇନଷ୍ଟାଗ୍ରାମରୁ ଫଟୋ ଚୋରି କରି ଚଳାଉଥିଲେ ସେକ୍ସ ରାକେଟ୍, ୪ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ଇନଷ୍ଟାଗ୍ରାମରୁ ଫଟୋ ଚୋରି କରି ଚଳାଉଥିଲେ ସେକ୍ସ ରାକେଟ୍। ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ ଟାର୍ଗେଟ କରୁଥିଲେ। ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଓ ସର୍ଭିସ ଚାର୍ଜ ନାଁରେ ଆଦାୟ କରୁଥିଲେ ଟଙ୍କା।

ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ହାଇଟେକ୍ ଏସ୍କର୍ଟ ରାକେଟର ପର୍ଦ୍ଦାଫାସ କରିଛି ତମାଣ୍ଡୋ ଥାନା ପୋଲିସ। ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ଅଭିଯୋଗକାରିଣୀ ଜଣେ ଯୁବତୀଙ୍କ ଫଟୋ ସହ ଅନ୍ୟାନ୍ୟ ଯୁବତୀଙ୍କ ଫଟୋକୁ ବିନା ଅନୁମତିରେ ସୋସିଆଲ ମିଡିଆ ଓ ମେସେଜିଂ ପ୍ଲାଟଫର୍ମରେ ବ୍ୟବହାର କରାଯାଉଥିଲା। ଏହି ଫଟୋଗୁଡ଼ିକୁ ଏସ୍କର୍ଟ ସର୍ଭିସ ବିଜ୍ଞାପନରେ ବ୍ୟବହାର କରି ଗ୍ରାହକଙ୍କୁ ପ୍ରଲୋଭିତ କରୁଥିଲେ ଅଭିଯୁକ୍ତ। ପରେ ଅନଲାଇନ ପେମେଣ୍ଟ ମାଧ୍ୟମରେ ଅଗ୍ରିମ ଟଙ୍କା ଆଦାୟ କରି ଠକୁଥିଲେ।

ଡିଜିଟାଲ ତଦନ୍ତ ବେଳେ ପୋଲିସ ସ୍କ୍ରିନସଟ, ଚାଟ୍ ରେକର୍ଡ, ମୋବାଇଲ ନମ୍ବର ଓ ୟୁପିଆଇ କାରବାର ଯାଞ୍ଚ କରି ଗ୍ୟାଙ୍ଗରେ ସମ୍ପୃକ୍ତ ଉମାକାନ୍ତ ଦଳେଇ, ଚିତ୍ତରଞ୍ଜନ ମହାନ୍ତି, ତୋଫାନ ପ୍ରଧାନ ଓ କୁମାରୀ ମିଞ୍ଜିଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ, ଗୋଟିଏ କାର, ସିମ୍ କାର୍ଡ, ବ୍ୟାଙ୍କ ଖାତା ତଥ୍ୟ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ରେକର୍ଡ ଜବତ କରାଯାଇଛି। ବର୍ତ୍ତମାନ ଏହି ରାକେଟର ଅଧିକ ଲିଙ୍କ ଖୋଜୁଛି ପୋଲିସ।