CrimeLatestNews

ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା। ଭରତପୁର ଥାନା ଅଞ୍ଚଳରେ ସାମ୍ନାକୁ ଆସିଲା ଭେଟେନାରୀ ପ୍ରଫେସରଙ୍କ କାରନାମା। ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ହୁଗୁଳିର ଅଜିତ କୁମାର ଗୁପ୍ତା।

ଅଭିଯୋଗ ଅନୁସାରେ, ଅଜିତ ଛାତ୍ରୀଙ୍କୁ ପାଠ ପଢ଼ାଇବାର ବାହାନାରେ ଯୌନ ଶୋଷଣ କରୁଥିଲେ। ସେ ଛାତ୍ରୀଙ୍କୁ ପିଛା କରି ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ମେସେଜ୍ ପଠାଉଥିଲେ।

ଏପରିକି ଛାତ୍ରୀ ଜଣକ ତାଙ୍କ କଥାରେ ରାଜି ନ ହେବାରୁ, ଅଧ୍ୟାପକ ତାଙ୍କର ଅଶ୍ଳୀଳ ଫଟୋ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଘଟଣାରେ ଛାତ୍ରୀ ଜଣକ ଅଧ୍ୟାପକ ଅଜିତ ଗୁପ୍ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ତଦନ୍ତ କରି ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି। ଭରତପୁର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛି। ଏହି ମାମଲା ନମ୍ବର ୫୦୧ ରେ ବିଭିନ୍ନ ଅପରାଧିକ ଦଫା ଅନୁଯାୟୀ ତାଙ୍କୁ କୋର୍ଟରେ ଚାଲାଣ କରାଯାଇଛି।

ପୋଲିସ ପକ୍ଷରୁ ପିଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଓ ଡିଜିଟାଲ୍ ପ୍ରମାଣ (Digital Evidence) ଆଧାରରେ ତଦନ୍ତ ଜାରି ରଖାଯାଇଛି। ଏହି ଘଟଣା ଭରତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।