FeaturedLatestNews

ଭତ୍ତା ସମସ୍ୟାର ଖୁବ ଶିଘ୍ର ସମାଧାନ ହେବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର (ସଂକେତ ଟିଭି): ଭତ୍ତା ପ୍ରସଙ୍ଗରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ବୟାନ ରଖିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ଦେଉଥିବା ଭତ୍ତାରେ ସମସ୍ୟା ରହିଛି, କିନ୍ତୁ ଏହି ଟେକ୍ନିକାଲ ଇସ୍ୟୁର ସମାଧାନ ଖୁବ୍ ଶୀଘ୍ର କରାଯିବ। ଏକାଥରକେ ସମସ୍ତ ଟଙ୍କା ମିଳିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, “ଏହା କେନ୍ଦ୍ରର ପ୍ରସଙ୍ଗ। କିଛି ଟେକ୍ନିକାଲ ଇସ୍ୟୁ ଯୋଗୁଁ ଭତ୍ତା ମିଳିବାରେ ବିଳମ୍ବ ହେଉଛି। ଏହାର ସମାଧାନ ଚାଲିଛି। କେନ୍ଦ୍ର ଦେଉଥିବା ଭତ୍ତାରେ କେବଳ ସମସ୍ୟା ରହିଛି। ଏବେ ହିତାଧିକାରୀଙ୍କ ଆକାଉଣ୍ଟ ଚେଞ୍ଜ ହେଉଛି ଓ ଟେକ୍ନିକାଲ ପ୍ରୋବ୍ଲେମ୍ ଆସୁଛି। ଖୁବ୍ ଶୀଘ୍ର ଏସବୁର ସମାଧାନ ହୋଇଯିବ।”

କେନ୍ଦ୍ର ଭତ୍ତା ବିତରଣ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଥିବାରୁ ଏହି ସମସ୍ୟା ଦେଖାଦେଉଛି। ଲୋକମାନେ ଧର୍ଯ୍ୟ ଧରି ରହିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି। ସମାଧାନ ହେବା ପରେ ଏକାଥରକେ ସମସ୍ତ ବାକି ଟଙ୍କା ମିଳିଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଭତ୍ତା ହିତାଧିକାରୀଙ୍କୁ ଠିକ୍ ଭାବରେ ବୁଝାଇବାକୁ ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଲୋକମାନେ କୌଣସି ଦ୍ୱନ୍ଦ୍ୱରେ ନ ରହି ଧୈର୍ଯ୍ୟ ସହିତ ଅପେକ୍ଷା କରିପାରିବେ।