CrimeFeaturedLatestNews

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ

ଭଦ୍ରକ (ସଂକେତ ଟିଭି): ଘରୋଇ ସ୍କୁଲକୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ।

ସୂଚନାଯୋଗ୍ୟ ଯେ, ବାରାପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ପ୍ରମାଣପତ୍ର (NOC) ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଶ୍ରୀକାନ୍ତ ଦାସ। ଅଭିଯୋଗକାରୀ ପ୍ରଶାନ୍ତ ସାହୁ ତାଙ୍କ ଦାବି ମୁତାବକ କାର୍ଯ୍ୟାଳୟ ପରିସରରେ ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।

ପୂର୍ବ ଯୋଜନା ଅନୁଯାୟୀ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଆଖପାଖରେ ଜଗି ରହିଥିଲେ। ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଶ୍ରୀକାନ୍ତଙ୍କୁ ଧରିବା ସହ କାଗଜପତ୍ର ଯାଞ୍ଚ କରିଛି।

ଲାଞ୍ଚ କାରବାର ଲିଙ୍କ୍‌ରେ ଶ୍ରୀକାନ୍ତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରହିଛି। ତାଙ୍କ ବାସଭବନ, କାର୍ଯ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ମଧ୍ୟ ସୂଚନା ମିଳିଛି।