୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର (ସଂକେତ ଟିଭି): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତ ସୂଚୀ ସାମ୍ନାକୁ ଆସିଛି।
ସେ ପୂର୍ବାହ୍ନ ୧୧ଟା ୫ରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଗୋଷାଣୀ ପୀଠ ପାହାଡ଼ପୁରରେ ପହଞ୍ଚିବେ। ପାହାଡ଼ପୁରରେ ଐତିହାସିକ ସ୍ଥଳ ବୁଲିବେ ସେ। ସେଠାରେ ୧୧ଟା ୧୫ରୁ ୧୨ଟା ୧୫ ମିନିଟ୍ ଯାଏ ରହିବେ।
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ୧ଟାରୁ ୨ଟା ଯାଏ ଦାଣ୍ଡବୋଷରେ ଆୟୋଜିତ ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସରେ ଯୋଗ ଦେବେ। ସେଠାରେ ସେ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ୨ଟା ୧୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଛାଡ଼ିବେ।
ଏନେଇ ବିଜେପି ସାଧାରଣ ସଂପାଦକ ବିରଞ୍ଚି ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
