LatestNewsPolitics

ବାଲେଶ୍ଵରରେ ବିଜେଡିର ‘ନାରୀ ଅଧିକାର ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବୁଧବାର ଏକ ବିଶାଳ “ନାରୀ ଅଧିକାର ଅଭିଯାନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବାଲେଶ୍ଵର ସଦରର ସମସ୍ତ ନେତୃବୃନ୍ଦଙ୍କ ପ୍ରତିନିଧିତ୍ୱରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ବିଜେପି କରୁଥିବା ପ୍ରହସନ ବିରୁଦ୍ଧରେ ଏହି ଅଭିଯାନ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମ ଅବସରରେ ହଜାର ହଜାର ମହିଳା ଏକ ବିଶାଳ ଶୋଭାଯାତ୍ରାରେ ମିଶନ ପଡ଼ିଆରୁ ବାହାରି ଫାଣ୍ଡି ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପିନ୍ଧାଇବା ପରେ ଗାନ୍ଧୀ ସ୍ମୃତି ଭବନ ଠାରେ ପହଞ୍ଚିଥିଲେ। ସମସ୍ତେ ପ୍ଲାକାର୍ଡ଼ ଓ ଦଳୀୟ ପତାକା ଧରିବା ସହ ବିଜେପିର ମିଛ ପ୍ରଚାର ବିରୁଦ୍ଧରେ ନାରାବାଜି କରିଥିଲେ। ପରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ମୁକ୍ତ ମଞ୍ଚରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।

ଏହି “ନାରୀ ଅଧିକାର ଅଭିଯାନ” ସଭାରେ ବାଲେଶ୍ଵର ସାଂସଦ ପ୍ରାର୍ଥୀନୀ ଡ. ଲେଖାଶ୍ରୀ ସାମନ୍ତସିଂହାର ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ ମଞ୍ଚ ଆହ୍ୱାନ କରିଥିଲେ। ବାଲେଶ୍ଵର ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଛାତ୍ର ବିଜେଡିର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତନ ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାସ ଓ ଉର୍ମିଲତା ଦାସ, ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲା ପୂର୍ବତନ ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ, ନୀଳଗିରି ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ଜିଲ୍ଲା ପରିଷଦ ସୋନାଲି ବିଶ୍ଵାଳ ଓ ଅଭିମନ୍ୟୁ ଦିନ୍ଦା, ରେମୁଣା ବିଧାୟିକା ପ୍ରାର୍ଥୀନୀ ବିଦ୍ୟାସ୍ମିତା ମହାଳିକ, ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସ, କାଉନସିଲର ମୀନା ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ବିଜେପିର ମିଥ୍ୟା ପ୍ରହେଳିକା ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ।

ଗୋଟିଏ ପଟେ ନାରୀ ସଶକ୍ତିକରଣର ନାରା ଦେଉଥିବା ବେଳେ ଅପରପକ୍ଷେ ନାରୀ ନିର୍ଯ୍ୟାତନା ରୋକିବାରେ ଅପାରଗ ବିଜେପି ସରକାର ଅସଫଳ ହୋଇଥିବା ବକ୍ତାମାନେ ପ୍ରକାଶ କରିଥିଲେ। ସେହିପରି ବାଲେଶ୍ଵର ପୌର ଉପାଧ୍ୟକ୍ଷ କୈଳାଶ ସେଠୀ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, କାଉନସିଲର ମିତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ଜେନା, ଶଶୀରେଖା ମହାନ୍ତି, ସବିତା ଦାସ, କବିତା ମୁର୍ମୁ, ମୀରାଜ ବାନୋ, ସୋନିଆ ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଟାଉନ ବିଜେଡିର ସଞ୍ଜୟ ବେହେରା, ସୁବୋଧ ମହାନ୍ତି, ସେକ ଅନସର ଅଲ୍ଲୀ, ବିଶ୍ୱଜିତ ମହାପାତ୍ର, ସାକିର ଖାଁ, ସେକ ଆୟୁବ, କାର୍ତ୍ତିକ ସାହୁ, ରମେଶ ମାଝୀ, ନଳିନୀ ରଞ୍ଜନ ଦାସ, ଅତୁଲ ଶତପଥୀ, ଜଗନ୍ନାଥ ମହାରଣା, ସେକ ରାଜୁ, ରୀତିକ ଜୀ, ସେକ ଅସଲାମ, ସେକ ଆଲାମ, ଶକ୍ତିକାନ୍ତ ଜେନା, ଯୁବ ନେତା ଉମାଶଙ୍କର ତିଆଡ଼ି, ଛାତ୍ର ନେତା ହରେକୃଷ୍ଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ। ସଦର ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ନେତୃତ୍ୱ ଏବଂ ବିଜୁ ଜନତା, ମହିଳା, ଯୁବ ଓ ଛାତ୍ରର ଶତାଧିକ ନେତୃତ୍ୱ ଓ କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଟାଉନ ବିଜେଡି ସଭାପତି ମନୋଜ କୁମାର ରାଉତ ଧନ୍ୟବାଦ ଦେଇଥିଲେ। ସଭା ପରେ ନେତୃତ୍ୱମାନେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।