EducationFeaturedLatestNews

ପ୍ରବଳ ଖରା ଯୋଗୁଁ ଖରାଛୁଟି ରାଜ୍ୟରେ ବଢ଼ିପାରେ ଖରାଛୁଟି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପ୍ରବଳ ଖରା ଯୋଗୁଁ ଖରାଛୁଟି ବଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି, “ଖରାଛୁଟି ବଢ଼ିବ କି ନାହିଁ ତାହା ସମୟ କହିବ। ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।” ଯଦି ଖରା ନ କମେ, ତେବେ ଖରାଛୁଟି ବଢ଼ାଇବାକୁ ବିଚାର କରାଯାଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି ମଧ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସ୍କୁଲ ଗୁଡ଼ିକରେ ଖରାଛୁଟି ଘୋଷଣା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିଲେ।