ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର(ସଂକେତ ଟିଭି): ଦିଲ୍ଲୀ ଗସ୍ତ ସାରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ୬ ଦିନିଆ ଦିଲ୍ଲୀ ଗସ୍ତ ପରେ ରବିବାର ଦିନ ମଧ୍ୟାହ୍ନ ସମୟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କର ଦଳୀୟ କର୍ମୀଙ୍କ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଛି।
ଖବର ଅନୁଯାୟୀ, ଗତ ଦୁଇ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିଲେ। ଏହା ତାଙ୍କର ଏକ ରୁଟିନ୍ ଭିଜିଟ୍ ଥିଲା। ଏକ ଘରୋଇ କାର୍ଯ୍ୟକ୍ରମରେ ସେ ଦିଲ୍ଲୀ ଯାଇଥିବା ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି।
ଏପଟେ, ବିମାନବନ୍ଦର ପରିସରରେ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। କର୍ମୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
