ସିଟ୍ ବେଲ୍ଟ ଓ ହେଲମେଟ୍ ଚେକିଂ ହେବ କଡ଼ାକଡ଼ି: ପରିବହନ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ସିଟ୍ ବେଲ୍ଟ ଓ ହେଲମେଟ୍ ଚେକିଂ କଡ଼ାକଡ଼ି ହେବ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅମାନିଆ ଲୋକଙ୍କ ଉପରେ କଟକଣା ଲାଗୁ ହୋଇଛି। କିଛି ଅମାନିଆ ଏହାକୁ ପାଳନ କରୁନାହାନ୍ତି। ଅମାନିଆ ଗାଡ଼ି ଚାଳକଙ୍କୁ ମନ୍ତ୍ରୀଙ୍କ ନିବେଦନ, ସୁରକ୍ଷିତ ଗାଡ଼ି ଚଲାନ୍ତୁ, ଅନ୍ୟର ଜୀବନ ପ୍ରତି ବିପଦ ସୃଷ୍ଟି ନ କରନ୍ତୁ।
ଆମେ ସମସ୍ତଙ୍କୁ ପରାମର୍ଶ ଦେଉଛୁ ଏହାକୁ ପାଳନ କରିବାକୁ। ଦୁର୍ଘଟଣା ରୋକିବାକୁ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଉଛି।
ସେପଟେ, ସରକାରୀ ଅଧିକାରୀଙ୍କ ଗାଡ଼ି ବ୍ୟବହାର କଟକଣା ଉପରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ତୈଳ ଖର୍ଚ୍ଚ ୧୦ ପ୍ରତିଶତ କମାଇବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଇଭି ଗାଡ଼ି ବ୍ୟବହାର କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯାଇଛି। ଆଉ ପେଟ୍ରୋଲ-ଡିଜେଲ ଗାଡ଼ି କିଣାଯିବ ନାହିଁ। କାରକେଡ୍ ମଧ୍ୟ କମାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ କାର୍ଯ୍ୟକାରୀ କରାଯାଇଛି।
