ସିଏମଓରୁ ଫାଇଲ ଗାଏବ ମାମଲାରେ ଗୃହ ବିଭାଗକୁ ତଥ୍ୟ ମାଗିଲା ପୋଲିସ
ଭୁବନେଶ୍ୱର (ସଂକେତ ଟିଭି): ସିଏମଓରୁ ଫାଇଲ ଗାଏବ ଅଭିଯୋଗ ମାମଲାରେ କମିଶନରେଟ ପୋଲିସ ପକ୍ଷରୁ ଗୃହ ବିଭାଗକୁ ତଥ୍ୟ ମାଗାଯାଇଛି। ଏହି ଘଟଣାରେ କ୍ୟାପିଟାଲ ଥାନା ପକ୍ଷରୁ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ ଏକ ନୋଟିସ୍ ପ୍ରେରଣ କରାଯାଇଛି। ପୋଲିସ ଏହି ନୋଟିସ୍ ଜରିଆରେ କିଛି ପ୍ରାଥମିକ ତଥ୍ୟ ଦାବି କରିଛି।
ପୋଲିସ କେଉଁ କେଉଁ ତଥ୍ୟ ମାଗିଛି?
- କେଉଁ ତାରିଖରେ ଗୃହ ବିଭାଗ ଦୁଇଟି ଫାଇଲ ଗ୍ରହଣ କରିଥିଲା?
- ଫାଇଲ ଗ୍ରହଣ କିଏ କରିଥିଲେ?
- କେତେ ନମ୍ବର ଫାଇଲ ଭାବେ ସେ ଗ୍ରହଣ କରାଯାଇଥିଲା?
- ଫାଇଲର କୌଣସି ଡିଜିଟାଲାଇଜେସନ ହୋଇଛି କି ନାହିଁ?
- ଯଦି ହୋଇଛି, ତେବେ ସଫ୍ଟ କପି କେଉଁଠି ରଖାଯାଇଛି?
- ହାର୍ଡ ଡ୍ରାଇଭ୍, ଷ୍ଟୋରେଜ୍ ଡିଭାଇସ୍ କିମ୍ବା ସଫ୍ଟ କପି କେଉଁଠି ଅଛି?
ସେହିପରି ଫାଇଲ ଗ୍ରହଣ ପରେ ଏହାକୁ ସାଧାରଣ ପ୍ରଶାସନ ବିଭାଗକୁ କେବେ ପଠାଯାଇଥିଲା, ତାହାର ତଥ୍ୟ ମଧ୍ୟ ମାଗାଯାଇଛି। ଏଭଳି ୧୦ଟି ପ୍ରାଥମିକ ତଥ୍ୟ ଦେବାକୁ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ ନୋଟିସ୍ କରିଛି ପୋଲିସ।
