FeaturedLatestNews

୯ ଜୁଲାଇରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ରାଧାକୃଷ୍ଣନ

ଭୁବନେଶ୍ୱର (ସଂକେତ ଟିଭି): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆସନ୍ତା ୯ ଜୁଲାଇ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଦିନିକିଆ ଗସ୍ତ ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା, ଗସ୍ତ କାର୍ଯ୍ୟକ୍ରମ ଏବଂ ସ୍ୱାଗତ ବ୍ୟବସ୍ଥାକୁ ନେଇ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି।

ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ କୃଷି ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନୂତନ ଉଦ୍ୟମକୁ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି।

ଏହା ବ୍ୟତୀତ, ସେ ରାଜ୍ୟ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଏବଂ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ଅବସରରେ ସେ ରାଜ୍ୟର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଉପରାଷ୍ଟ୍ରପତିଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ପୁଲିସ, ଜିଲ୍ଲା ପ୍ରଶାସନ ଏବଂ ଗୁଇନ୍ଦା ସଂସ୍ଥା ମିଳିତ ଭାବେ ଗସ୍ତ ସଫଳତା ପାଇଁ କାର୍ଯ୍ୟ କରୁଛନ୍ତି।